ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇ ହଟହଟା ପୁଲିସ । ପୁଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଗାଁ ଲୋକେ ।

142

କନକ ବ୍ୟୁରୋ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇ ହଟହଟା ପୋଲିସ । ବରଗଡ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁର ଜଣେ ଗଞ୍ଜେଇ ମାଫିଆଙ୍କୁ ଧରିବାବେଳେ ପୋଲିସ ଉପରକୁ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ମହିଳା ଥାନା ଅଧିକାରୀଙ୍କୁ ଏକ ଘରେ ପୁରାଇ ବନ୍ଦୀ କଲେ ।

ଖବର ପାଇ ସ୍ଥାନୀୟ ସରପଞ୍ଚ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ପରେ ଏସଡିପିଓ ବିଭୂତିଭୂଷଣ ଭୋଇ, ପାଇକମାଳ ଓ ଜଗଦଲପୁର ପୋଲିସ ସହ ମିଶି ଚଢାଉ କରି ୮ ଜଣଙ୍କୁ ଗିରଫ କରିବା ସହ ୬ଟି ବାଇଟ୍ ଗୋଟିଏ କାର ଓ ଟ୍ରାକ୍ଟର ଜବତ କରିଛନ୍ତି ।