ସଟଡାଉନରେ ଅମାନିଆଙ୍କ ଉପରେ ପୋଲିସର ନଜର : ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ସହ ସଚେତନ କଲେ କମିଶନରେଟ ପୋଲିସ

Advertisment
ସଟଡାଉନରେ ଅମାନିଆଙ୍କ ଉପରେ ପୋଲିସର ନଜର : ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ସହ ସଚେତନ କଲେ କମିଶନରେଟ ପୋଲିସ

କନକ ବ୍ୟୁରୋ : କୋଭିଡ କଟକଣା ପାଳନ କରିବା ପାଇଁ ସଚେତନ କରୁଛି କମିଶନରେଟ ପୋଲିସ । ଭୁବନେଶ୍ୱର ସମସ୍ତ ଜୋନର ଏସିପି ଓ ଆଇଆଇସି ପିସିଆର ଭ୍ୟାନରେ ସହର ପରିକ୍ରମା କରି ସଚେତନ କରୁଛନ୍ତି । ସଟଡାଉନ ସମୟରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନ ବି ଆଦାୟ କରିବ ।

ଗତକାଲି କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନଂବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିଛି ବିଏମସି । ସେହିପରି ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ବଜାର ବାପୁଜୀନଗର ମାର୍କେଟ୍କୁ ଜୁଲାଇ ୧ ଯାଏଁ ସିଲ୍ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe