କନକ ବ୍ୟୁରୋ : ହନୁମାନ ଜୟନ୍ତୀ । ଏଥିପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ରାମ ନବମୀ ଶୋଭାଯାତ୍ରାରେ ପଶ୍ଚିମବଙ୍ଗ, ବିହାର ସମେତ ଅନେକ ରାଜ୍ୟରେ ହିଂସା ଉପୁଜୁଥିଲା, ତେଣୁ ହନୁମାନ ଜୟନ୍ତୀ ପାଇଁ ଆଗୁଆ ସର୍ତକତା କରାଇଛନ୍ତି ଗୃହ ମନ୍ତ୍ରାଳୟ । କୌଣସି ରାଜ୍ୟରେ ଯେଭଳି ସାମ୍ପ୍ରଦିକ ହିଂସା ନ ହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି ।

Advertisment

ପର୍ବକୁ ଶାନ୍ତିପୂର୍ଣ୍ଣ ପାଳନ ସହ କୌଣସି ସାମ୍ପ୍ରଦାୟିକ ସଦଭାବନା ଯେପରି କ୍ଷୁର୍ଣ୍ଣ ନ ହୁଏ, ତାହା ଉପରେ ନଜର ରଖିବାକୁ ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି । ସେପଟେ କଲିକତା ହାଇକୋର୍ଟ ହନୁମାନ ଜୟନ୍ତୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମମତା ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବଭଳି ଯେମିତି ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରାଇଛନ୍ତି ।

ଯେଉଁ ସ୍ଥାନରେ ୧୪୪ ଜାରି ହୋଇଛି, ସେ ସ୍ଥାନରେ ଶୋଭାଯାତ୍ରା ପାଇଁ ଅନୁମତି ନ ଦେବାକୁ ସରକାରଙ୍କୁ କହିଛନ୍ତି କୋର୍ଟ । ଆବଶ୍ୟକ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିକଟରେ ଆବେଦନ ପାଇଁ ପରାମର୍ଶ ଦେଇଛନ୍ତି । ଏହାରି ଭିତରେ ହନୁମାନ ଜୟନ୍ତୀର ଗୋଟେ ଦିନ ପୂର୍ବରୁ ଦିଲ୍ଲୀରେ ଶୋଭାଯାତ୍ରା ଆୟୋଜନ କରାଯାଇଛି ।