ରାଜଧାନୀରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସ ଅଧିକାରୀଙ୍କ ପ୍ରସ୍ତୁତି ବୈଠକ । ୧୫୨ଟି ସମ୍ବେଦନଶୀଳ ବୁଥ୍ ଉପରେ ନଜର ।

Advertisment
ରାଜଧାନୀରେ ଶୃଙ୍ଖଳିତ ନିର୍ବାଚନ ପାଇଁ ପୋଲିସ ଅଧିକାରୀଙ୍କ ପ୍ରସ୍ତୁତି ବୈଠକ । ୧୫୨ଟି ସମ୍ବେଦନଶୀଳ ବୁଥ୍ ଉପରେ ନଜର ।

କନକ ବ୍ୟୁରୋ: ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ । ମୁକ୍ତ, ଅବାଧ ନିର୍ବାଚନ ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କମିସନର ସଂଜୀବ ପଣ୍ଡା । ନିର୍ବାଚନ ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୨ କମ୍ପାନୀ ସିଏପିଏଫ୍ ଫୋର୍ସ । ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୋଲିଂ ବୁଥ୍ ରହିଛି ।

ଜୟଦେବରେ ୧୬୯ଟି ସ୍ଥାନରେ ୨୩୬ଟି ମତଦାନ କେନ୍ଦ୍ର, ଭୁବନେଶ୍ୱର ମଧ୍ୟରେ ୫୦ଟି ସ୍ଥାନରେ ୨ଶହଟି ପୋଲିଂ ବୁଥ୍, ଭୁବନେଶ୍ୱର ଉତରର ୮୪ଟି ସ୍ଥାନରେ ୨୫୪ଟି ବୁଥ୍, ଏକାମ୍ରରେ ୭୪ଟି ସ୍ଥାନରେ ୨୩୭ଟି ବୁଥ୍ ଏବଂ ଜଟଣୀରେ ୧୧୧ଟି ସ୍ଥାନରେ ୨୦୫ଟି ପୋଲିଂ ବୁଥ୍ ରହିଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସଖି ବୁଥ୍, ଯେଉଁଠି କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ । ରାଜଧାନୀରେ ୧୫୨ଟି ସମ୍ବେଦନଶୀଳ ବୁଥ୍ ରହିଛି । ଏହି ସମସ୍ତ ବୁଥ୍ରେ ସିଏପିଏଫ୍ ଫୋର୍ସ ମୁତୟନ ହେବେ । ୪ଟି ଅଧିକ ବୁଥ୍ ଥିବା ସ୍ଥାନରେ ବି ସିଏପିଏଫ୍ ଫୋର୍ସ ରହିବେ । ସବୁ ନିର୍ବାଚନ ମଣ୍ଡଳୀରେ ଜଣେ ଅତିରିକ୍ତ ଡିସିପି ଇନ୍ଚାର୍ଜ ଭାବେ ଦାୟିତ୍ୱରେ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe