ମହିଳାଙ୍କ ସହ ୟୁନିଫର୍ମରେ ଠୁମକା ଲଗାଇଲେ ପୋଲିସ୍ ଅଧିକାରୀ ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍ ।

ମହିଳାଙ୍କ ସହ ୟୁନିଫର୍ମରେ ଠୁମକା ଲଗାଇଲେ ପୋଲିସ୍ ଅଧିକାରୀ ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍ ।

Asianet News

ପାକିସ୍ତାନରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା କିଛିି ସମୟ ମଧ୍ୟରେ ହିଁ ସୋସିଆଲ୍ ମିଡିଆରେ ଝଡ ଭଳି ଭାଇରାଲ୍ ହେଉଛି । ଏହି ଭିଡିଓରେ ଜଣେ ପୋଲିସ୍ ଅଫିସର ଅନ୍ ଡ୍ୟୁଟି ୟୁନିଫର୍ମ ପିନ୍ଧି ଜଣେ ମହିଳାଙ୍କ ସହ ନାଚ କରୁଥିବା ନଜର ଆସୁଛନ୍ତି । ପୋଲିସ୍ ଅଫିସରଙ୍କ ନାଁ ଅରସଦ୍ ବୋଲି ଶୁଣିବାକୁ ମିଳୁଛି । ମହିଳାଙ୍କ ସହ ସେ ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଗୀତ “କିସି ଡିସ୍କୋ ମେ ଯାଏଁ” ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ଅଧିକାରୀଙ୍କୁ ସସପେଣ୍ଡ କରି ଦିଆଯାଇଛି ଏବଂ ଜାଞ୍ଚ୍ ର ଆଦେଶ ଦିଆଯାଇଛି ।

କିନ୍ତୁ ବର୍ତ୍ତମାନ ଏଭଳି ଖବର ଆସୁଛି ଯେ ଉକ୍ତ ଅଫିସର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ କୌଣସି ପୋଲିସ୍ ଅଫିସର ନୁହଁନ୍ତି ଜଣେ ଷ୍ଟେଜ୍ ଆର୍ଟିଷ୍ଟ ଏବଂ ସେ ତାଙ୍କ ନାଁ ଅରସାଦ୍ ବଦଳରେ ସହଜାଦ୍ କହୁଛନ୍ତି ଏବଂ ୟୁନିଫର୍ମ ପିନ୍ଧି ରିହରସାଲ୍ କରୁଥିବା କଥା ମଧ୍ୟ ଗଣମାଧ୍ୟମରେ କହିଛନ୍ତି । ତେବେ ଏହା ସତ କି ମିଥ୍ୟା ଏ ବିଷୟରେ କୌଣସି ସୁଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe