ପୋଲିସ ସହ ଲୋକଙ୍କୁ ଯୋଡିବାକୁ ପୁଲିସ ପ୍ରଶାସନର ଉଦ୍ୟମ । ଟ୍ୱିନ ସିଟିର ଅଫିସର ଓ ପ୍ରତି ଜିଲ୍ଲାର ୨ ଅଫିସରଙ୍କ ସହ ଭୁବନେଶ୍ୱରରେ ଡିଜିପି ବୈଠକ କରିଛନ୍ତି । ବିକେ ଶର୍ମା ପୁଲିସ ଡିଜିପି ହେବା ପରେ ଲୋକଙ୍କ ସହ ପୁଲିସର ସଂପର୍କକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ଲୋକଙ୍କ ଆସ୍ଥା କିପରି ପୁଲିସ କର୍ମଚାରୀ ଜିଣି ପାରିବେ ସେନେଇ ଆଲୋଚନା ହୋଇଛି । ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପୁଲିସର କଣ କରିବା ଆବଶ୍ୟକ, ଥାନାକୁ ନ୍ୟାୟ ପାଇଁ ଯାଉଥିବା ଲୋକଙ୍କୁ କିପରି ବ୍ୟବହାର କରାଯିବ ତା ଉପରେ ଫୋକସ କରାଯାଇଛି ।
ବଦଳିବ ପୁଲିସ ଅଧିକାରୀଙ୍କ ବ୍ୟବହାର। ପରିବର୍ତ୍ତିତ ଉଚ୍ଚାରଣ ଓ ଆଚରଣରେ ସେମାନେ ଲୋକଙ୍କର ବିଶ୍ବାସଭାଜନ ହେବେ। ଏଥିପାଇଁ ପୁଲିସ ଅଫିସର ତଥା କର୍ମଚାରୀଙ୍କ ପାଇଁ ୮ ସୂତ୍ରୀ ମାନଦଣ୍ଡ ପ୍ରସ୍ତୁତ ହୋଇଛି। ଏହାକୁ ଆଧାର କରି ଅଧିକାରୀମାନେ ଶୃଙ୍ଖଳିତ ହେବେ, ଆଚରଣରେ ପରିବର୍ତ୍ତନ ଆଣିବେ। ଯେଉଁମାନେ ମାନଦଣ୍ଡ ଅନୁଯାୟୀ କାମ ନ କରିବେ, ସେହି ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବ। ଅନ୍ୟପଟେ ଓଡ଼ିଶା ପୁଲିସ ପକ୍ଷରୁ ‘ମୋ ସରକାର’ ଯୋଜନାରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସ୍ଥିର ହୋଇଛି।
ବିଭିନ୍ନ ସମୟରେ ପୁଲିସର ବ୍ୟବହାର ନେଇ ଅଭିଯୋଗକାରୀ ଅତିଷ୍ଠ ହେଉଥିବା ଖବର ଆସୁଛି। ଅନେକ ସମୟରେ ଆଚରଣକୁ ନେଇ ପୁଲିସ ଓ ଥାନା ଉପରେ ଆକ୍ରମଣ ହେବାର ମଧ୍ୟ ନଜର ରହିଛି। କେତେକ ନିର୍ଦ୍ଦିଷ୍ଟ ପୁଲିସ ଅଧିକାରୀଙ୍କ ଯୋଗୁଁ ସମଗ୍ର ବ୍ୟବସ୍ଥା ନିନ୍ଦିତ ହୋଇଛି। ଏଣୁ ଏହି ମାନଦଣ୍ଡ ପ୍ରସ୍ତୁତ ହୋଇଛି। ମାନଦଣ୍ଡ ମୁତାବକ, ଜଣେ ପୁଲିସ ଅଧିକାରୀ ଯିଏ କି ବିଭିନ୍ନ ମାମଲାର ତଦନ୍ତ କରିବା ସହ ସାଧାରଣ ଲୋକଙ୍କ ସହ ସିଧା ସଳଖ ସମ୍ପର୍କରେ ରହୁଛି ତା ପାଖରେ ସମୟାନୁବର୍ତ୍ତିତା, ଭାଷାଗତ ଶୁଦ୍ଧତା, ଏତଲା ପଞ୍ଜୀକରଣ, ଯୋଗାଯୋଗ ବାରମ୍ବାରତା, ନିରନ୍ତରତା, ପରିଶୁଦ୍ଧତା ଓ ସଚୋଟତା ରହିବା ଜରୁରି। ଏହି ମାନଦଣ୍ଡକୁ ମାନି ଅଧିକାରୀମାନେ କାର୍ୟ୍ୟ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଉଚିତ୍ ସମୟରେ ତଦନ୍ତ ସାରିବା ସହ ପ୍ରତ୍ୟେକ କାମରେ ସମୟାନୁବର୍ତ୍ତୀ ରହିବାକୁ କୁହାଯାଇଛି। ସେହିଭଳି କଥାବାର୍ତ୍ତାରେ ଭାଷାଗତ ଶୁଦ୍ଧତାର ଆବଶ୍ୟକ ଥିବା ବେଳେ ତଦନ୍ତ ବା ବ୍ୟକ୍ତିତ୍ବ ପ୍ରଭାବଶାଳୀ ହେବା ଆବଶ୍ୟକତା ରହିଛି। ସେହିଭଳି ଏତଲା ପଞ୍ଜୀକରଣ ଉପରେ ଅଧିକାରୀ ଗୁରୁତ୍ବ ଦେବା ସହ ଯୋଗାଯୋଗରେ ବାରମ୍ବାରତା ରହିବା ବାଧ୍ୟତାମୂଳକ ହୋଇଛି। ପୁରୁଣା ମାମଲା ବା ପ୍ରତ୍ୟେକ ମାମଲାର ନିୟମିତ ଫଲୋ-ଅପ୍ ବା ନିରନ୍ତରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ହୋଇଛି। ନିଜ ଭିତରେ ଥିବା ଖରାପ ଅଭ୍ୟାସରେ ପରିବର୍ତ୍ତନ ଆଣିବା ନିଜକୁ ସଜାଡ଼ିବା ଆବଶ୍ୟକତା ରହିଛି। ସର୍ବୋପରି ପୁଲିସ ଅଫିସର ସଚ୍ଚୋଟ ହେବାକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ଏଭଳି ହେଲେ ଲୋକଙ୍କର ବିଶ୍ବାସ ଭାଜନ ହେବା ସହ ପୁଲିସ ବ୍ୟବସ୍ଥାର ଯଥାର୍ଥତା ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/POLICE-2-1.jpg)
/kanak/media/post_attachments/wp-content/uploads/2019/08/vlcsnap-2019-08-30-12h52m50s150-300x225.png)
/kanak/media/post_attachments/wp-content/uploads/2019/08/vlcsnap-2019-08-30-12h53m02s14-300x225.png)