କରୋନା ସଚେତନତା ପାଇଁ ଗୀତ ଗାଇଲେ ଜୟପୁର ଟାଉନ ଥାନା ଅଧିକାରୀ । ପୋଲିସ ବାବୁଙ୍କ ଗୀତ ଶୁଣିବା ପରେ ପ୍ରଶଂସା କରୁଛନ୍ତି ଲୋକେ

92

କନକ ବ୍ୟୁରୋ : ଆଦିବାସୀ ଭାଷାରେ କରୋନା ଗୀତ ଗାଇଲେ ଜୟପୁର ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି । ପୋଲିସ ବାବୁଙ୍କ ଏହି କରୋନା ସଚେତନତା ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସବୁବେଳେ  ହାତରେ ବନ୍ଧୁକ ଧରି ଶାସନ କରୁଥିବା ଏହି ଅଧିକାରୀଙ୍କ ଗୀତ ଶୁଣି ଜନତା ମଧ୍ୟ ବେଶ ପ୍ରଶଂସା କରିଛନ୍ତି ।

ସାପ ସୁଟର ରୁପେ ପରିଚିତ ଏ ଅଧିକାରୀ ଜଣଙ୍କ ଦିନ ହେଉ କି ରାତି ଫୋନ କଲ ଟିଏ ଆସିଗଲେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଂଚି ଯାଆନ୍ତି । ସହରବାସୀ ମଧ୍ୟ ବାଲେଶ୍ୱର ଗିଧି ନାଁ ଶୁଣିଲେ ଛନକା ପଶିଯାଏ । ଅନେକ ଗୁଣ୍ଡା ଓ ମାଫିଆଙ୍କୁ ସାବାର୍ଡ଼ କରି ଚର୍ଚ୍ଚା ସାଉଁଟିଥିବା ଏହି ଅଧିକାରୀ ଏବେ କରୋନାରୁ ରକ୍ଷା ପାଇବା ପାଇଁ ବନ୍ଧୁ ଓ ଲାଠି ବଦଳରେ ସଙ୍ଗୀତର ସାହାର ନେଇଛନ୍ତି ।