ଗୁଳି କରିଦେବେ ପୁଲିସ୍ ବାବୁ ! ବନ୍ଧୁକ ଦେଖାଇ ଫଟୋ ଉଠାଇ ଅଡୁଆରେ ଅଫିସର୍

40

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ପୁଲିସ ବାବୁଙ୍କ ଫଟୋକୁ ନେଇ ଚର୍ଚା । ବନ୍ଧୁକ ଦେଖାଇ ଫଟୋ ଉଠାଇଛନ୍ତି କମିଶନରେଟ୍ ପୋଲିସର କିଛି ପୁଲିସ ବାବୁ । ଆଉ ଏହାକୁ ପୋଷ୍ଟ କରିଛନ୍ତି ଫେସବୁକରେ । ହେଲେ ଏହି ଫଟୋ ଏବେ ସେମାନଙ୍କ ଅଡୁଆ ବଢାଇଦେଇଛି ।

Screen shot 2017-03-06 at 7.21.36 PMଫେସବୁକରେ ବନ୍ଧୁକ ଧରି ଛାଇ ଯାଇଥିବା ଏହି ବାବୁ ଜଣକ ହେଉଛନ୍ତି କମିଶନରେଟ ପୁଲିସର ‘ଉଇ କେୟାର ଉଇ ଡେୟାର’ ଅଫିସର । ସବ ଇନସପେକ୍ଟର ଆକାଶ ରଣା । କୁଇକ ଆକ୍ସନ ଟିମର ଲିଡର । ବାବୁଙ୍କୁ ଅପରାଧ ନିୟନ୍ତ୍ରଣ କରିବାକୁ କଇକ ଆକ୍ସନ ଟିମ୍ ଦାୟିତ୍ୱରେ ରଖାଯାଇଛି । ଅଣ୍ଡର କଭର ରହି ପୁଲିସବାବୁ ଜଣକ ଅପରାଧୀକୁ ଧରିବେ କଣ ବାବୁଙ୍କ ସୋ ବାଜି ବଢିବାରେ ଲାଗିଛି । ଆଉ ଫେସବୁକରେ ଫଟୋ ପକାଇବା ବାବୁଙ୍କ ପାଇଁ ଅଡୁଆ ତିଆରି କରିଛି । କେଉଁ ପରିସ୍ଥିତିରେ ଏବଂ କଣ ପାଇଁ ବାବୁ ଜଣକ କଣ ପାଇଁ ବନ୍ଧୁକ ସହ ଫଟୋ ଉଠାଇ ନିଜ ପେଜରେ ଅପଲୋଡ କଲେ, ସେନେଇ ତଦନ୍ତ କରିବେ ନିଜେ ଡିସିପି ।

କେତେବେଳେ, ଏକେ ଫଟିସେଭେନ୍ ତ ପୁଣି କେତେବେଳେ, ଏମପି ଫାଇଭ୍ ଓ ଆଉ କେତେବେଳ ଟ୍ରେନିଂ ନେବା ବେଳର ବନ୍ଧୁକ ସହ ପୋଜ୍ । ସାଦା ପୋଷାକରେ ରହି ଅପରାଧୀଙ୍କୁ ହାତକଡି ପିନ୍ଧାଇବେ କଣ, ଖୁଲମଖୁଲା ବନ୍ଧୁକର ନାଁ ଲେଖି ନିଜେ ପୁଲିସିଆ ଢଙ୍ଗ ଦେଖାଉଛନ୍ତି । କେବଳ ରଣାବାବୁ ନୁହଁନ୍ତି, ରଣାଙ୍କ ଭଳି ଆହୁରି ଅନେକ ପୁଲିସ ବାବୁଙ୍କୁ ଫେସବୁକରେ ବି ଫଟୋ ଛାଡି ଥିବା ନଜରକୁୁ ଆଶିଛି । ଆଉ ଏବେ ଫଟୋ ଛାଡିବା ପୁଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଛି ।

ରିୟଲ ଲାଇଫରେ ହିରୋଗିରି ଅପେକ୍ଷା ଫେସବୁକରେ ହିରୋଗିରି କରୁଥିବା ଏହି ଅଫିସରଙ୍କ ପାଇଁ ଡିସିପିଙ୍କ ତଦନ୍ତ ଅଡୁଆ ବଢାଇ ଦେଇପାରେ ।