ଦୁଷ୍କର୍ମ ପୀଡିତାଙ୍କ ଶବକୁ ମୁଖାଗ୍ନି ଦେବା ପାଇଁ ଆସିଲେନି ପରିବାର : ପରିବାର ସାଜି ପୋଲିସ୍ କଲା ଅନ୍ତ୍ୟେଷ୍ଟିକ୍ରିୟା , ମୁଖାଗ୍ନି ଦେବା ସହ ହୋମ ଏବଂ ବ୍ରାହ୍ମଣଙ୍କୁ ଭୋଜନ କରାଇଲେ ପୋଲିସ

508

ମାନବିକତା ନାମକ ଶବ୍ଦଟି ସମାଜରୁ ଦୂରେଇ ଯାଉଥିବା ବେଳେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଶବକୁ ମୁଖାଗ୍ନି ଦେଇ ଚର୍ଚ୍ଚା ସାଉଁଟିଛି ଆଗ୍ରା ପୋଲିସ୍ । ଡିସେମ୍ବର ୨୧ ତାରିଖରେ ଯମୁନା ବ୍ରିଜ୍ ଷ୍ଟେସନ ରୋଡ୍ ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କ ମୁଣ୍ଡରେ ଆଘାତ କରି ଦୁଷ୍କର୍ମକାରୀ ଛାଡି ଚାଲିଯାଇଥିଲେ । ପୋଲିସ୍ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରାଇଥିଲେ କିନ୍ତୁ ଘଟଣାର ୩ ଦିନ ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦର ୨ ଦିନ ପରେ ଯେତେବେଳେ ପୀଡିତାଙ୍କ ପରିବାରରୁ କେହି ଶବ ନେବା ପାଇଁ ଆସିଲେନାହିଁ । ପୋଲିସ୍ ହିଁ ପରିବାର ସାଜି ପୀଡିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିଥିଲେ ।

ଏହି ଘଟଣାରେ ଅଭିଯୁକ୍ତକୁ ଜେଲ୍ ପଠାଇବା ସହ ଏକ ଏନଜିଓ ସହ ମିଶି ପୋଲିସ୍ ପୀଡିତାଙ୍କ ଶବକୁ ମୁଖାଗ୍ନି ଦେଇଥିଲେ । ଖାଲି ଏତିକି ନୁହଁ ପୀଡିତାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ହୋମ ଏବଂ ବ୍ରାହ୍ମଣ ଭୋଜନ ମଧ୍ୟ କରାଇଥିଲେ । ବ୍ରାହ୍ମଣ ଭୋଜନରେ ପୋଲିସ୍ କର୍ମୀ ମଧ୍ୟ ନଜର ଆସିଥିଲେ । ପୋଲିିସ୍ ବିଭାଗ ପକ୍ଷରୁ ଏଭଳି ମହତ୍ କାମ କରିଥିବା ଦେଖି ସ୍ଥାନୀୟ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତିି ।