ବାରଣ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । ସମ୍ବଲପୁର ସହରାଞ୍ଚଳରେ ବାଣ ଫୁଟାଇବାରୁ ଥାନାରେ ମାମଲା, ୬ ଜଣଙ୍କୁ ନୋଟିସ

Advertisment
ବାରଣ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । ସମ୍ବଲପୁର ସହରାଞ୍ଚଳରେ ବାଣ ଫୁଟାଇବାରୁ ଥାନାରେ ମାମଲା, ୬ ଜଣଙ୍କୁ ନୋଟିସ

କନକ ବ୍ୟୁରୋ : ସରକାରଙ୍କ କଡା ନର୍ଦ୍ଦେଶ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । କରୋନା କାଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନର ବାରଣ ସତ୍ୱେ ସମ୍ବଲପୁର ସହରାଂଚଳରେ କିଛି ଅମାନିଆ ବ୍ୟବସାୟୀ ବାଣ ବିକ୍ରି କରିବା ସହ କିଛି ଅମାନିଆ ଲୋକ ବାଣ ଫୁଟାଇଛନ୍ତି । ଏନେଇ ଅଇଁଠାପାଲି ଥାନାରେ ମାମଲା ରୁଜୁ କରିଛି ପୁଲିସ । ଏବଂ ଏହି ଘଟଣାରେ ୬ ଜଣଙ୍କୁ ନୋଟିସ କରିଛି ଅଇଁଠାପାଲି ପୁଲିସ ।

ଚଳିତ ବର୍ଷ କରୋନା ଯୋଗୁଁ ଦୀପାବଳିରେ ବାଣ ଫୁଟାଇବା ପାଇଁ ବାରଣ କରା ଯାଇଥିଲା । ଦୀପାବଳି ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଚଢାଉ କରି ପୋଲିସ କିଛି ବାଣ ବେପାରୀଙ୍କୁ ଗିରଫ କରିବା ସହ ଫାଇନ କାଟିଥିଲା । ହେଲେ ଏହାପରେ ବି ଦୀପାବଳିରେ ବାଣ ଫୁଟାଇଥିଲେ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe