କନକ ବ୍ୟୁରୋ : ସରକାରଙ୍କ କଡା ନର୍ଦ୍ଦେଶ ସତ୍ୱେ ଦୀପାବଳୀରେ ବାଣ ଫୁଟାଇଲେ ଲୋକେ । କରୋନା କାଳରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନର ବାରଣ ସତ୍ୱେ ସମ୍ବଲପୁର ସହରାଂଚଳରେ କିଛି ଅମାନିଆ ବ୍ୟବସାୟୀ ବାଣ ବିକ୍ରି କରିବା ସହ କିଛି ଅମାନିଆ ଲୋକ ବାଣ ଫୁଟାଇଛନ୍ତି । ଏନେଇ ଅଇଁଠାପାଲି ଥାନାରେ ମାମଲା ରୁଜୁ କରିଛି ପୁଲିସ । ଏବଂ ଏହି ଘଟଣାରେ ୬ ଜଣଙ୍କୁ ନୋଟିସ କରିଛି ଅଇଁଠାପାଲି ପୁଲିସ ।
ଚଳିତ ବର୍ଷ କରୋନା ଯୋଗୁଁ ଦୀପାବଳିରେ ବାଣ ଫୁଟାଇବା ପାଇଁ ବାରଣ କରା ଯାଇଥିଲା । ଦୀପାବଳି ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଚଢାଉ କରି ପୋଲିସ କିଛି ବାଣ ବେପାରୀଙ୍କୁ ଗିରଫ କରିବା ସହ ଫାଇନ କାଟିଥିଲା । ହେଲେ ଏହାପରେ ବି ଦୀପାବଳିରେ ବାଣ ଫୁଟାଇଥିଲେ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/4-22.jpg)