କନକ ବ୍ୟୁରୋ: ଛତିଶଗଡରେ ପର୍ଦ୍ଦାଫାଶ ହେଲେ ମାଓବାଦୀ ପୁଲିସ ଲିଙ୍କ । ପୁଲିସ ଅସ୍ତ୍ରାଗାରୁ ମାଓବାଦୀଙ୍କୁ ଗୁଳି ଯୋଗାଉଥିଲେ ଯବାନ । ମାଓବାଦୀଙ୍କ ପୁଲିସ ଲିଙ୍କର ପର୍ଦାଫାଶ କରିଛି ସୁକମା ପୁଲିସ । ସୁକମା ପୁଲିସର ଅସ୍ତ୍ରାଗାର ଦାୟିତ୍ୱରେ ଥିବା ଏଏସଆଇ ଓ ହେଡ କନେଷ୍ଟବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଗତ ସପ୍ତାହରେ ପ୍ରଥମେ ସୁକମା ପୁଲିସ ଦୁଇ ଜଣ ମାଓବାଦୀଙ୍କୁ ୪୦୦ ଗୁଳି ସହ ଗିରଫ କରିଥିଲା । ଆଉ ତାଙ୍କ ସୂଚନାକୁ ଆଧାର କରି କାଂକେର ଠାରୁ ଆଉ ଦୁଇ ଜଣ ଗିରଫ ହେବା ପରେ ଏହି ଦୁଇ ପୁଲିସ କର୍ମଚାରୀଙ୍କ ନିକଟରେ ପହଚିଂଥିଲା ପୁଲିସ । ଏମାନଙ୍କ ନିକଟରୁ ମାରାତ୍ମକ ଏକେ ୪୭ ସହ ବନ୍ଧୁକ ଓ ହଜାରେରୁ ଅଧିକ ଅଫୁଟା ଗୁଳି ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/5-7.jpg)