ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଧନ ପାହାଡ଼ରେ ପୋଲିସ-ନକ୍ସଲ ଗୁଳିବିନିମୟ: ଏସଓଜି ଯବାନଙ୍କ ଗୁଳିରେ ଦୁଇ ମହିଳା ନକ୍ସଲ ନିହତ

75

କନକ ବ୍ୟୁରୋ: ପୋଲିସ୍ ଗୁଳିରେ ଟଳିଲେ ଦୁଇ ନକ୍ସଲ । ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁରୁବାର ପୋଲିସ୍ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ୍ ଗୁଳିରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଦୁଇ ନିହତ ନକ୍ସଲ ମହିଳା । ବୁଧବାର ରାତିରୁ ଏଠାରେ କମ୍ବିଂ ଚାଲିଥିଲା । ଦୁଇ ନିହତ ନକ୍ସଲ ଏସିଏମ୍ ର୍ୟାଙ୍କର ହୋଇଥିବା ବେଳେ ସେମାନେ ଛତିଶଗଡ଼ର ବୋଲି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । କିନ୍ତୁ ସେମାନେ ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତୀ ମହାସମୁଦରେ ସକ୍ରିୟ ଥିବା ଜଣାପଡ଼ିଛି । ସେମାନଙ୍କ ନିକଟରୁ ୨ଟି ଆଇଏନଏସଏଏସ ରାଇଫଲ ଜବତ କରାଯାଇଛି ।