କନକ ବ୍ୟୁରୋ: ଛତିଶଗଡ ଦନ୍ତେୱାଡାରେ ପୋଲିସ - ନକ୍ସଲ ମଧ୍ୟରେ ଏନକାଉଣ୍ଟର । ନକ୍ସଲଙ୍କୁ ଡିଆରଜି ଯବାନ ଘେରିରଖିଥିବା ସୂଚନା ମିଳିଛି । ଦନ୍ତେୱାଡା ଏସପି ସିଦ୍ଧାର୍ଥ ତିୱାରୀଙ୍କ କହିବାନୁଯାୟୀ, ଅରନପୁର ଥାନା ଅଞ୍ଚଳରେ ଜଙ୍ଗଲରେ ଅନେକ ସଂଖ୍ୟାରେ ନକ୍ସଲ ଥିବା ସୂଚନା ମିଳିଥିଲା । ଗୁରୁବାର ରାତିରେ ଏନେଇ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ଅପରସେନ ବେଳେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏହା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ତେବେ ଯବାନମାନେ ଚାରିପଟୁ ଅଞ୍ଚଳକୁ ଘେରିରହିଥିବା ବେଳେ ସର୍ଚ୍ଚ ଅପରେସନ ବି ଜୋରଦାର ଚାଲିଛି ।

Advertisment

ତେବେ ଦୁଇ ଦିନ ପୂର୍ବରୁ ଛତିଶଗଡର ଦକ୍ଷିଣ ବସ୍ତର ଦୁରଦରାଜରେ କେନ୍ଦ୍ରୀୟ ରିଜର୍ଭର୍ ପୋଲିସ କ୍ୟାମ୍ପରେ ନକ୍ସଲ ଗ୍ରେନଡରେ ଆକ୍ରମଣ କରିଥିଲେ । ଗତ ଛଅମାସ ଧରି ଏହି ସବୁ ବିସ୍ଫୋଟକକୁ ୧୦୦ରୁ ୧୫୦ ଉପକରଣ ସହ ଅର୍ଦ୍ଧସୈନ୍ୟବଳଙ୍କ କ୍ୟାମ୍ପ ଉପରକୁ ଫୋପଡା ଯାଇଥିଲା । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାଅନୁଯାୟୀ, ଛତିଶଗଡରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାରେ ଥିବା ସୁରକ୍ଷା କ୍ୟାମ୍ପକୁ ନିଶାନା କରି ନକ୍ସଲ ଏହି ଆକ୍ରମଣ କରୁଛନ୍ତି । ଧିରେ ଧିରେ ଏଭଳି ଆକ୍ରମଣ ବଢିବାରେ ଲାଗିଛି ।

ସୁରକ୍ଷା ଅଧିକାରୀଙ୍କ କହିବା କଥା, ନକ୍ସଲଙ୍କ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ ନୂଆ କ୍ୟାମ୍ପ ତିଆରିକୁ ରୋକିବା ପାଇଁ କରାଯାଉଛି । ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନକୁ ରୋକିବା ପାଇଁ ବିପୂଳ ସଂଖ୍ୟାରେ ସିଆରପିଏଫ ଯବାନ ଜଙ୍ଗଲ ଭିତରେ ଫରୱାର୍ଡ ଅପରେଟିଙ୍ଗ ବେସ ତିଆରି କରୁଛନ୍ତି । ନିକଟରେ ବିଭିନ୍ନ ଉଦ୍ଦେଶ୍ୟକୁ ଆଖିଆଗରେ ରଖି ପାଞ୍ଚ ବାଟାଲିଆନ୍ ଯବାନକୁ ଏଥିରେ ସାମିଲ କରାଯାଇଛି । ଗତ ୨ ବର୍ଷରେ ଛତିଶଗଡରେ ୧୧ ଫରୱାର୍ଡ ଅପରେଟିଙ୍ଗ ବେସ ତିଆରି କରାଯାଇଥିବା ସିଆରଫଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଆଉ ପାଞ୍ଚଟି ଏହିଭଳି ବେସ ତିଆରି କରିବାକୁ ଯୋଜନା କରାଯାଇଛି ।