କନକ ବ୍ୟୁରୋ : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ୩ ଯୁବକଙ୍କୁ ବାନ୍ଧିଲା ମାଲକାନଗିରି ଚିତ୍ରକୋଣ୍ଡା ଥାନା ପୋଲିସ । ଦେହରେ ସ୍ୱତନ୍ତ୍ର ପ୍ୟାକେଟ୍ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ବନ୍ଧା ହେଲେ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ୩ ଯୁବକ । ଏହି ଯୁବକମାନେ ଏକ ସ୍ୱତନ୍ତ୍ର ପ୍ୟାକେଟ୍ ପ୍ରସ୍ତୁତ କରି ନିଜ ଦେହରେ ଗଞ୍ଜେଇ ବାନ୍ଧି ରଖିଥିଲେ ।

Advertisment

ଦେହରେ ୩୮ କେଜି ଗଞ୍ଜେଇ ବାନ୍ଧି ବସକୁ ଅପେକ୍ଷା କରିଥିଲେ । ମାଲକାନଗିରି ଚିତ୍ରକୋଣ୍ଡା ଥାନାର ପାଟ୍ରୋଲିଂ ଭ୍ୟାନ୍ ଦେଖି ଦୌଡ଼ି ପଳାଉଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା । ପଚରାଉଚରା ପରେ ଚିତ୍ରକୋଣ୍ଡା ଅଞ୍ଚଳର ଅନ୍ୟ ଜଣେ ସାଥୀଙ୍କୁ ବି ପୋଲିସ ଗିରଫ କରିଛି