ରାସ୍ତା ଉପରେ ପୁଲିସ-ଜନତା ମୁହାଁମୁହିଁ । ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଆଟକାଇବାରୁ ଭଦ୍ରକ ବନ୍ତ ବଜାରରେ ତୁମୁଳକାଣ୍ଡ ।

262

କନକ ବ୍ୟୁରୋ: ରାସ୍ତା ଉପରେ ପୁଲିସ ଜନତା ମୁହାଁମୁହିଁ । ପୁଲିସ ମାଡରେ ଏକାଧିକ ଲୋକ ଆହତ ଅଭିଯୋଗ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକାଇବାରୁ ଭଦ୍ରକ ଜିଲ୍ଲା ବନ୍ତ ବଜାରରେ ପୁଲିସ-ଉତ୍ୟେକ୍ତ ଲୋକଙ୍କ ମଧ୍ୟରେ ଯୁ୍କ୍ତିତର୍କ ହୋଇଥିଲା । ଧିରେ ଧିରେ ସ୍ଥିତି ଅଣାୟତ ହୋଇପଡିଥିଲା । ପୁଲିସ ଓ ଜନତା ହାତାହାତି ହୋଇଥିଲେ ।

ସୂଚନା ଅନୁସାରେ, ଗତକାଲି ଆନନ୍ଦପୁର-ଭଦ୍ରକ ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରେ ଏକ ବାଲି ବୋଝେଇ ହାଇୱା ଜଣେ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ଯାଉଥିଲା । ଆହତ ଛାତ୍ରଙ୍କ ସଂପର୍କୀୟ ଗାଡିକୁ ଫଲୋ କରି ବନ୍ତ ବଜାରରେ ପହଂଚିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକାଇ ପଚରାଉଚରା କରିଥିଲେ । ସେହି ସମୟରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିିଥିଲା ବନ୍ତ ପୁଲିସ । ପୁଲିସ ଲୋକଙ୍କ ବୁଝାସୁଝା କରିବା ବେଳେ ଉପସ୍ଥିତ ଲୋକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପରେ ପୁଲିସ ଲୋକଙ୍କୁ ଗୋଡାଇ ଗୋଡାଇ ମାଡ ମାରିିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ବି ଅସନ୍ତୋଷ ଦେଖିବାକୁ ମିଳିଛି ।