କନକ ବ୍ୟୁରୋ : ଦୁଇ ଦିନ ମଧ୍ୟରେ ୭ ମାଓବାଦୀଙ୍କୁ ନିପାତ କରିଛି ପୋଲିସ । ବଲାଙ୍ଗୀରରେ ଦୁଇ ହାର୍ଡକୋର ମାଓବାଦୀଙ୍କୁ ଯବାନ ଏନକାଉଣ୍ଟର କରିଥିବା ବେଳେ ଗତକାଲି କନ୍ଧମାଳରେ ୫ଜଣଙ୍କୁ ମାରିଛି । ଏଭଳି ସ୍ଥିତିରେ ଦୃଢ ହୋଇଛି ପୋଲିସର ମନୋବଳ । ନକ୍ସଲ ଗଡ଼କୁ ପୂରା ମାଟିରେ ମିଶାଇବାକୁ ବିଶାଖାପାଟଣାରେ ହେବାକୁ ଯାଉଛି ଜରୁରିକାଳୀନ ବୈଠକ । ସେପଟେ ପୂର୍ବତନ ଡିଜି କହିଛନ୍ତି, ଅଧିକାଂଶ ଟପ୍ ମାଓ କମାଣ୍ଡରଙ୍କ ବୟସ ୬୦ ଟପିଲାଣି ଏବଂ ଲାଲବାହିନୀଙ୍କୁ ଆଉ ନୂଆ କ୍ୟାଡର ଆସୁନାହାନ୍ତି । ଆଉ ଏହି ସମୟରେ ମାଓ ଦମନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ।ମାଓ ଦମନ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ପାଇଥିବା ସଫଳତାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଦୁର୍ବଳ ହେଉଛି ଲାଲବାହିନୀ । ୪୮ ଘଂଟା ମଧ୍ୟରେ କନ୍ଧମାଳ ଓ ପାଟଣାଗଡ଼ ଅପରେସନରେ ୭ ଜଣ ମାଓବାଦୀ ସଫା ହେବା ପରେ ଦୃଢ ହୋଇଛି ପୋଲିସର ମନୋବଳ । ନକ୍ସଲ ଗଡ଼କୁ ପୂରା ମାଟିରେ ମିଶାଇବାକୁ ଆରମ୍ଭ ହୋଇଛି ରଣନୀତି । ଏ ନେଇ ବିଶାଖାପାଟଣାରେ ହେବାକୁ ଯାଉଛି ଜରୁରିକାଳୀନ ବୈଠକ । ଆନ୍ଧ୍ର, ଓଡ଼ିଶା ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପାଦରେ ପାଦ ମିଶାଇ କରିବେ ନକ୍ସଲ ବିରୋଧୀ ଅଭିଯାନ । ଗୁଇନ୍ଦା ତଥ୍ୟ ବିନିମୟ ଠାରୁ ଆରମ୍ଭ କରି ପରସ୍ପର ସହ ସମନ୍ୱୟ ରଖିବା ଓ ମିଳିତ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯିବ ବ୍ଲୁ-ପ୍ରିଂଟ । ବିଶାଖାପାଟଣା ବୈଠକରେ ସାମିଲ ହେବେ ଉଭୟ ରାଜ୍ୟର ଡିଜି, ବିଏସଫ, ଏସଓଜି, ଗ୍ରେ-ହାଉଣ୍ଡ ଓ ଗୃହ ମନ୍ତ୍ରଣାଳୟର ଅଧିକାରୀ ।
ସେପଟେ ପୂର୍ବତନ ଡିଜି ସଂଜୀବ ମାରିକ କହିଛନ୍ତି, ଲାଲବାହିନୀଙ୍କୁ ନୂଆ କ୍ୟାଡର ଆସୁନାହାନ୍ତି । ଅଧିକାଂଶ ଟପ୍ ମାଓ କମାଣ୍ଡରଙ୍କ ବୟସ ୬୦ ଟପିଲାଣି. ଆଉ ଯୁବପିଢି ପସନ୍ଦ କରୁନାହାନ୍ତି ଏହି ସଂଗଠନରେ ସାମିଲ ହେବାକୁ । ଗୋଟିଏ ପଟେ ଦୁର୍ବଳ ହେଉଛି ଲାଲବାହନୀ, ଅନ୍ୟପଟେ ମାଓବାଦୀଙ୍କଠାରୁ ଏ କେ ୪୭ ଭଳି ଘାତକ ବନ୍ଧୁକ ଜବତ ହେବା ଚିନ୍ତା ବଢାଇ ଦେଇଛି ପୋଲିସର । କିପରି ଏ କେ ୪୭ ମାଓବାଦୀଙ୍କ ହାତକୁ ଆସିଲା, ଏନେଇ ତନାଘନା କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/NAXAL_00012.png)