କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଂଚଳ ପୋଲିସ ମାଓବାଦୀ ଗୁଳି ବିନିମୟ । ସ୍ୱାଭିମାନ ଅଂଚଳ ସମେତ ବଣ୍ଡାଘାଟିର ବିଭିନ୍ନ ସ୍ଥାନରେ ନୂତନ ପୋଲିସ କ୍ୟାମ୍ପ ସ୍ଥାପନ ହେବା ପରେ ଭିନ୍ନ ଭିନ୍ନ ସ୍ଥାନରେ ନିୟମିତ କମ୍ବିଂ ଅପରେସନ ଜାରି ରଖିଛି ପୁଲିସ । ତେବେ ଡିଭିଏଫ, ଏସଓଜି ଓ ବିଏସଏଫ ଯବାନଙ୍କ ମିଳିତ ଅପରେସନ ସମୟରେ ମୁଦୁଲିଗୁଡା ଓ ନାରିଙ୍ଗିଝୋଳା ଜଙ୍ଗଲରେ ମୁହାଁ ମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଘଂଚ ଜଙ୍ଗଲର ଆଡ ନେଇ ମାଓବାଦୀମାନେ ଖସି ପଳାଇ ଥିବା ବେଳେ ଘଟଣା ସ୍ଥଳରୁ ଅଫୁଟା ଲ୍ୟାଣ୍ଡମାଇନ, ମାଓ ପୋଷାକ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ତେବେ ସ୍ୱାଭିମାନ ଅଂଚଳକୁ ମାଓ ମୁକ୍ତ କରିବା ଯାଏଁ ଏପରି ଅପରେସନ ଜାରି ରହିବ ବୋଲି କହିଛନ୍ତି ମାଲକାନଗିରି ଏସପି ରିଶିକେଷ କିଲ୍ଲାରୀ ।
ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୋଲିସ-ମାଓବାଦୀ ଗୁଳି ବିିନିମୟ । ଘଞ୍ଚ ଜଙ୍ଗଲରୁ ମିଳିଲା ଅଫୁଟା ଲ୍ୟାଣ୍ଡମାଇନ୍, ମାଓ ପୋଷାକ ।
/kanak/media/post_attachments/wp-content/uploads/2021/03/1-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)