ଛତିଶଗଡ ଦନ୍ତେୱାଡ଼ାରେ ପୁଲିସ-ମାଓବାଦୀ ମୁହାଁମୁହିଁ । ପୁଲିସ ଗୁଳିରେ ଆଖି ବୁଜିଲେ ୩ ମାଓବାଦୀ।

78

କନକ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ପୁଲିସ–ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଦନ୍ତେୱାଡ଼ା ଜିଲ୍ଲା ଫର୍ସପାଲ ଥାନା ଅନ୍ତର୍ଗତ ଢୋଲକାଲ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତିର ଖବର ପାଇ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ଡ଼ିଆରଜି ଯବାନ । ଗତକାଲି ସଂଧ୍ୟା ସମୟରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ୩ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ୩ଟି ବନ୍ଧୁକ, କିଟବ୍ୟାଗ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀ ମାନେ ସମସ୍ତେ ମାଓବାଦୀଙ୍କ ମିଲିଟାରୀ ପ୍ଲାଟୁନର ସଦସ୍ୟ ଥିବା ଜଣାପଡ଼ିଛି ।