କନକ ବ୍ୟୁରୋ: ପୋଲିସ-ମାଓବାଦୀ ଗୁଳି ବିନିମୟ । ଚକମା ଦେଇ ଖସିଗଲା ମାଓ କମାଣ୍ଡର । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ପାହାଡରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଛି ।
ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ମାଓ କମାଣ୍ଡର ଅନମୋଲ ଫେରାର ହେବାରେ ସକ୍ଷମ ହୋଇଛି । ତେବେ ଜଣେ ମାଓବାଦୀକୁ ଗୁଳି ବାଜିଥିବା ସୂଚନା ମିଳିଛି । ଗତକାଲି ରାତି ୮ଟାରୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଛି ।
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏହି ସର୍ଚ୍ଚ ଅପରେସନରେ ଶତାଧିକ ଯବାନ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-08-at-11.10.59-AM.png)
/kanak/media/post_attachments/wp-content/uploads/2018/04/Screen-shot-2018-04-08-at-11.11.08-AM-300x191.png)
/kanak/media/post_attachments/wp-content/uploads/2018/04/Screen-shot-2018-04-08-at-11.11.13-AM-300x200.png)