କନକ ବ୍ୟୁରୋ : ମୃଗ ଶିକାରୀଙ୍କ ଗୁଳିରେ ନିହତ ହେଲେ ତିନି ପୋଲିସ କର୍ମୀ । ମଧ୍ୟପ୍ରଦେଶ ଗୁନା ଜିଲ୍ଲା ଆରନ ଜଙ୍ଗଲରେ ଏପରି ଆତଙ୍କ ରାଜ ଦେଖିବାକୁ ମିଳିଛି । ଶିକାରୀଙ୍କ ତାଲାସୀ ଅଭିଯାନରେ ବାହାରିଥିବା ପୋଲିସ ଟିମ୍ ଉପରେ ଆରନ ଜଙ୍ଗଲରେ ଅତର୍କିତ ଗୁଳିମାଡ ହୋଇଥିଲା । ଏଥିରେ ଏସଆଇ ରାଜକୁମାର ଜାତଭ, କନେଷ୍ଟବଳ ନିରଜ ଭାର୍ଗବ ଏବଂ ସନ୍ତରାମ ମୀନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଜଣେ ଶିକାରୀ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛି । ତାର ଅନ୍ୟ ୪ ଜଣ ସହଯୋଗୀ ଶିକାରୀ ମଧ୍ୟ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୃତ ପୋଲିସଙ୍କ ପରିବାର ପାଇଁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପହଂଚିବାରେ ବିଳମ୍ବ କରିଥିବାରୁ ଗ୍ୱାଲିୟର ପୋଲିସ ଆଇଜି ଅନିଲ ଶର୍ମାଙ୍କୁ ଦାୟିତ୍ୱରୁ ହଟାଯାଇଛି । ପୋଲିସ ଉପରକୁ ଗୁଳିମାଡ କରିଥିବା ଶିକାରୀଙ୍କ ଘରକୁ ବୁଲଡୋଜର ଲଗାଇ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି ।
ପୋଲିସକୁ ମାରିଦେଲେ ମୃଗ ଶିକାରୀ । ମଧ୍ୟପ୍ରଦେଶ ଗୁନା ଜିଲ୍ଲା ଆରନ ଜଙ୍ଗଲରେ ଆତଙ୍କ ରାଜ
/kanak/media/post_attachments/wp-content/uploads/2022/05/28-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)