କନକ ବ୍ୟୁରୋ: ଆଗକୁ ବଢିଛି ମହାକାଳପଡା ବକରପୁର ଗୁଳିକାଣ୍ଡ ଘଟଣାର ତଦନ୍ତ । ଏହି ଘଟଣାରେ ପୋଲିସ ୨ଜଣ ସୁପାରି କିଲରଙ୍କୁ କବଜାକୁ ନେଇଥିବାବେଳେ ଆଉ ଦୁଇ ଜଣଙ୍କୁ କଡା ଜେରା କରିଛି । ଆଉ ଜେରାରୁ ଜାହା ଜଣାପଡିଛି ସେଥିରୁ ଘଟଣା ଆହୁରି ଗମ୍ଭୀର ରୂପ ନେଉଛି ।

Advertisment

ଘଟଣା ପଛରେ ଆରମ୍ଭରୁ ପ୍ରେମ ବ୍ୟାପାର ସନ୍ଦେହ କରୁଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତ ମୁତାବକ, ବିଭାଗର ପୂର୍ବରୁ ଶୁଭକେଶ ଓରଫ୍ କାହ୍ନା ମିଶ୍ର ଯାଜପୁରର ଏକ କୋଚିଙ୍ଗ ସେଣ୍ଟରରେ ପଢାଉଥିବାବେଳେ ସେଠାରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ତାଙ୍କର ଭେଟ ହୋଇଥିଲା । ଏହି ସମ୍ପର୍କ କ୍ରମେ ପ୍ରେମରେ ପରିଣତ ହୋଇଥିଲା । ହେଲେ ଏହାକୁ ବିବାହର ନାଁ ଦେବା ପୂର୍ବରୁ ଯୁବତୀଙ୍କୁ ଠାରୁ ଦୂରେଇ ଯାଇଥିଲେ ଶୁଭକେଶ । କିଛି ଦିନ ପରେ ଭୁବନେଶ୍ୱର ଡୁମଡୁମା ଅଞ୍ଚଳର ଶୁଭଶ୍ରୀ ଶତପଥୀଙ୍କୁ ବିବାହ କରିଥିଲେ । ବିବାହ କଲେ ସତ ହେଲେ ଶୁଭଶ୍ରୀଙ୍କ ସହ ଶୁଭକେଶଙ୍କର ଭଲ ପଡିଲା ନାହିଁ । ଦୁହିଁଙ୍କ ମଧ୍ୟରେ ପୂର୍ବ ପ୍ରେମ ବ୍ୟାପାରକୁ ନେଇ ପାଟିତୁଣ୍ଡ ହୋଇଥିଲା । ତେଣୁ ଅଷ୍ଟମଙ୍ଗଳା ଠାରୁ ବାପ ଘରକୁ ଯାଇ ଆଉ ଶୁଭକେଶଙ୍କ ପାଖକୁ ଫେରିନଥିଲେ ଶୁଭଶ୍ରୀ । ତେଣୁ ଶୁଭକେଶ ଭୁବନେଶ୍ୱରରେ ଏକା ରହିଆସୁଥିଲେ ।

ଅନ୍ୟପଟେ ବିବାହ ପରେ ବି ପୁଣିଥରେ ପ୍ରେମିକା ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ । କିନ୍ତୁ ଏଥିରୁ ଦୂରେଇଯିବାକୁ ଚାହୁଁଥିଲେ ଯୁବତୀ । ତାଗିତ କରିବା ପରେ ବି ବାରମ୍ବାର ଶୁଭକେଶ ତାଙ୍କୁ ଫୋନ କରି ବ୍ଲାକମେଲିଂ କରିବାରୁ ଠିକଣା ଜବାବ ଦେବାକୁ ଚାହୁଁଥିଲେ ଯୁବତୀ । ବୋଧହୁଏ, ଏଥିପାଇଁ ଅପରାଧର ରାସ୍ତାକୁ ଆପଣାଇଥିବା ପୋଲିସ ସନ୍ଦେହ କରୁଛି । ଏହି ଘଟଣାରେ ଶୁଭକେଶଙ୍କ ଜୀବନ ବଞ୍ଚିଯାଇଥିଲେ ବି ସୁପାରି କିଲରଙ୍କ ଗୁଳିରେ ଶୁଭକେଶଙ୍କ ବାପାଙ୍କର ମୃତ୍ୟୁ ହୋଇଛି । ଏହାସହ ଶୁଭକେଶଙ୍କ ସହ ତାଙ୍କ ପତ୍ନୀଙ୍କର ଯେହେତୁ ଭଲ ସମ୍ପର୍କ ନାହିଁ ତେଣୁ ଏହି କାଣ୍ଡରେ ପତ୍ନୀ ଶୁଭଶ୍ରୀଙ୍କ ଭୁମିକାକୁ ନେଇ ମଧ୍ୟ ସନ୍ଦେହ ହେଉଛି ।

ଏହି ଘଟଣାରେ ଯାଜପୁରର ଏକ କଲେଜର ମହିଳାଙ୍କର ଏହି ଘଟଣାରେ ଲିଙ୍କ ଥିବାନେଇ ଚର୍ଚ୍ଚା ହେଉଥିବାବେଳେ ଏହି ମହିଳା କିଏ ଓ ଏ ଘଟଣା ସହ ତାଙ୍କର କି ସମ୍ପର୍କ ରହିଛି, ଏହି ମହିଳା ଜଣଙ୍କ ଶୁଭକେଶଙ୍କର ପୂର୍ବତନ ପ୍ରେମିକା ନୁହଁନ୍ତି ତ ଏପରି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି