୧୭ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତରଙ୍କୁ ନେଇ ତନାଘନା ଜୋର୍: ୫ ଦିନିଆ ରିମାଣ୍ଡରେ ନେଇ ଠକେଇ ପଛର ଗୁମର ଖୋଜୁଛି ପୁଲିସ 

175

କନକ ବ୍ୟୁରୋ: ମୁହଁ ପୋତି ପୋତି ପୁଲିସ ହେପାଜତକୁ ଯାଉଥିବା ଏହି ନିରୀହ ଚେହେରା ପଛରେ ଏତେ ଯେ କେଳେଙ୍କାରୀ ରହିଛି, ତାର ଖୋଲତାଡ କରିବା ପାଇଁ ଏହି ଠକକୁ ପୁଲିସକୁ ରିମାଣ୍ଡରେ ନେବାକୁ ପଡିଛି । ରିମାଣ୍ଡ ଅବଧି ଭିତରେ ନକିଲ ଡାକ୍ତର ତଥା ଠକମାଷ୍ଟର ରମେଶ୍ୱ ସ୍ୱାଇଁ ଠାରୁ ସ୍ତ୍ରୀଙ୍କ ତାଲିକା ଓ  ଠକେଇ କାରବାର ସତ ଓଗାଳିବା ଏବେ ପୁଲିସ  ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ।  ରମେଶ କେବଳ ମହିଳାଙ୍କୁ ନିଜ ପ୍ରେମଜାଲରେ ଫସାଇ ଲୁଟ କରୁନଥିଲା ବରଂ ବ୍ୟବସାୟ ଆଳରେ ବର୍ତମାନସୁଦ୍ଧ ୧୧ଜଣଙ୍କୁ ଚୂନା ଲଗାଇଥିବା ଅଭିଯୋଗ ହୋଇଛି । କୁକୁଡା ଦାନା ବ୍ୟବସାୟ, ଫଳ ବ୍ୟବସାୟ, କ୍ଲିନକ ଖୋଲିବା ନାଁରେ ଡାକ୍ତରଙ୍କୁ ଠକେଇ ଏପରିକି ଶ୍ରମିକଙ୍କୁ କାମରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ ଅଭିଯୋଗର ତଦନ୍ତ କରିବ ପୁଲିସ ।

କେବଳ ମାଟ୍ରିକ ପାସ କରିଥିବା ଏହି ଧୁରନ୍ଦର ଠକ ରମେଶ ସ୍ୱାଇଁ କେମିତି ଏତେ ଲୋକଙ୍କୁ ଚୂନା ଲଗାଇଲା ।  କେଉଁଠାରେ ରଖିଛି ଠକେଇ କରିଥିବା ଟଙ୍କା ।  ପରିବାରର ଆଉ କେଉଁ ସଦସ୍ୟ ପ୍ରଚ୍ଛଦପଟରେ ରହି ରମେଶଙ୍କୁ କରୁଥିଲେ ସାହାଯ୍ୟ । କୁହାଯାଉଛି, ୧୮ ପତ୍ନୀଙ୍କ ଭିତରୁ ଜଣେ ପତ୍ନୀ ଅଦୃଶ୍ୟ ଭାବରେ ରମେଶଙ୍କୁ ସାହାଯ୍ୟ କରୁଥିଲେ । ଏହାସହିତ ରମେଶ ଜଣେ ଡ୍ରାଇଭର ଓ ସମ୍ପର୍କୀୟ ଅଦୃଶ୍ୟ ମହିଳାଙ୍କ ସହ ମିଶି  ଏହି ମହାଠକେଇ କରିଥାଇପାରନ୍ତି ବୋଲି  ପୁଲିସକୁ ସୁରାକ୍ ମିଳିଛି ।

ରମେଶଙ୍କୁ ଜେରା କରିବାକୁ କମିଶନରେଟ ପୁଲିସ ଏକ ସ୍ପେଶାଲ ଟିମ ଗଠନ କରିଛି । ଏହି ଟିମ ରମେଶର ଘରଠାରୁ ଆରମ୍ଭ କରି ଆର୍ଥିକ କାରବାରର ଖୋଳତାଡ କରୁଛି । ଏଠାରେ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି

-ଗତ ୩୦ ବର୍ଷ ମଧ୍ୟରେ କେଉଁମାନଙ୍କ ସଂସ୍ପର୍ଶରେ ଥିଲା ରମେଶ?

-ଠକେଇ କରିଥିବା ଟଙ୍କା କାହା ମାଧ୍ୟମରେ କେଉଁଠିକୁ ପଠାଉଥିଲା?

-ବର୍ତମାନ ସୁଦ୍ଧା ରମେଶ କେତେଜଣଙ୍କୁ ବିବାହ କରିଥିଲା ?

-ବିଭିନ୍ନ ମହିଳାଙ୍କଠାରୁ କେତେ ଟଙ୍କା ଠକିଛି ରମେଶ ?