କନକ ବ୍ୟୁରୋ: ସିମ୍ ବକ୍ସ ମାମଲାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳର ପରିବାର ଲୋକଙ୍କୁ ପୋଲିସର ଜେରା। ରାଜୁ ନିଖୋଜ ନେଇ ପରିବାର ଲୋକ ପଶ୍ଚିମବଙ୍ଗର ଏକ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପଶ୍ଚିମବଙ୍ଗ ପୋଲିସ ରାଜୁ ମଣ୍ଡଳର ଠିକଣା ଲକ୍ଷ୍ମୀସାଗର ଅଞ୍ଚଳ ବୋଲି ଜାଣିବାକୁ ପାଇଥିଲା। ଏହାପରେ ପରିବାର ଲୋକେ ଓକିଲ ସହ ଆସି ଲକ୍ଷ୍ମୀସାଗର ପୋଲିସ ସହ ଯୋଗାଯୋଗ କରିଥିଲେ। ଏହାପରେ ପୋଲିସ ରାଜୁ ମଣ୍ଡଳ ବାବଦରେ ସମସ୍ତ ସୂଚନା ଦେଇଛି। ରାଜୁ ସିମ୍ ବକ୍ସ ମାମଲାରେ ଗିରଫ ହୋଇଛି ବୋଲି ତାର ପରିବାର ଲୋକଙ୍କୁ ଅବଗତ କରାଇଛି ପୋଲିସ। ଏହାପରେ ପୋଲିସ ରାଜୁର ପରିବାର ଲୋକକୁ ପଚରାଉଚରା କରିଛି। ରାଜୁକୁ କମିଶନରେଟ ପୋଲିସ ଝାଡଖଣ୍ଡ ନେଇ ଅଧିକ ତଥ୍ୟ ସଂଗ୍ରହ କରିଛି। ଯେଉଁଠି ଏକ ଭଡ଼ା ଘରେ ଏହି ମାମଲାର ମାଷ୍ଟରମାଇଣ୍ଡ ତଥା ଆତଙ୍କୀ ଅସଦ୍ଦୁର ଜମାନ ସହଯୋଗରେ ସିମ୍ ବକ୍ସ ବସାଇଥିଲା।