କନକ ବ୍ୟୁରୋ : ବିବାହ ଉତ୍ସବରେ ରକ୍ତଦାନ ଶିବିର । ବିବାହ ରିସେପସନରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ନିଜେ ରକ୍ତଦାନ କରିଛନ୍ତି ଜଣେ ପୋଲିସ ସବଇନିକ୍ସପେକ୍ଟର । ମହତ କାର୍ଯ୍ୟରେ ସହେଯାଗ କରିଛନ୍ତି ପରିବାରିବାର ବର୍ଗ, ସାଙ୍ଗସାଥୀ ଓ ନବବିହାତି ପତ୍ନୀ ଯାଜ୍ଞସେନୀ । ରକ୍ତଦାନ ପରି ମହତ କାର୍ଯ୍ୟ ପାଇଁ ଦିର୍ଘଦିନର ସ୍ୱପ୍ନ ଶାକାର ହୋଇଥିବା କହିଛନ୍ତି ପ୍ରସନ୍ନଜିତ ବେହେରା । କେନ୍ଦ୍ରାପଡା ମହାକାଳପଡା ବ୍ଲକ ଆଶ୍ରମ ବାଲିକୁଦା ଗାଁର ପ୍ରାଣକୃଷ୍ଣ ବେହେରାଙ୍କ ପୁଅ ପ୍ରସନ୍ନଜିତ ବେହେରା । ପ୍ରସନ୍ନଜିତ ସୁବର୍ଣ୍ଣପୁର ବିନିକା ଥାନାରେ ଏସଆଇ ଭାବରେ କାର୍ଯ୍ୟରତ ଅଛନ୍ତି । ଚଳିତ ମାସ ୧୮ରେ ତାଙ୍କର ବିବାହ ହୋଇଛି । ପ୍ରସନ୍ମଜିତ୍ ତାଙ୍କର ରିସେପସନରେ ସମ୍ବାଦ ଆମ ଓଡିଶା ସହଯୋଗରେ ଏହି ରକ୍ତଦାନ ଶିବିରର ଆୟୋଜ କରିଥଲେ । ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗହ ହୋଇଛି ।
ବିବାହ ଭୋଜିରେ ରକ୍ତଦାନ ଶିବିର । ରିସେପସନରେ ରକ୍ତଦାନ କଲେ ପୋଲିସ ସବ-ଇନସ୍ପେକ୍ଟର
/kanak/media/post_attachments/wp-content/uploads/2024/02/42-3.jpg)