୧୧ ଜିଲ୍ଲାରେ ନାହାନ୍ତି ସନ୍ଧାନୀ ପୋଲିସ କୁକୁର । ମାତ୍ର ୨୫ ସନ୍ଧାନୀ କୁକୁରରେ କାମ ଚଳାଉଛି ପୋଲିସ ବିଭାଗ ।

Advertisment
୧୧ ଜିଲ୍ଲାରେ ନାହାନ୍ତି ସନ୍ଧାନୀ ପୋଲିସ କୁକୁର । ମାତ୍ର ୨୫ ସନ୍ଧାନୀ କୁକୁରରେ କାମ ଚଳାଉଛି ପୋଲିସ ବିଭାଗ ।

କନକ ବ୍ୟୁରୋ : ଫେରାର ଅପରାଧୀଙ୍କୁ ଠାବ କରିବାରେ, ପୁଲିସକୁ ବିଭିନ୍ନ ତଥ୍ୟ, ପ୍ରମାଣ ସଂଗ୍ରହରେ ସାହାଯ୍ୟ କରିବାରେ ଏମିତିକି ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ସନ୍ଧାନୀ କୁକୁର ସବୁ ବେଳେ ପୁଲିସ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି। କିନ୍ତୁ ଦିନକୁ ଦିନ ରାଜ୍ୟ ପୁଲିସରେ ସନ୍ଧାନୀ କୁକୁରଙ୍କ ସଂଖ୍ୟା ହ୍ରାସ ପାଇ ଚାଲି ଥିବା ବେଳେ ଉପଯୁକ୍ତ ତାଲିମ ଅଭାବରୁ ବିସ୍ଫୋରକ, ସନ୍ଦେହଜନକ ସାମଗ୍ରୀ ଖୋଜିବା ଅଥବା ଅପରାଧୀଙ୍କୁ ଠାବ କରିବାରେ ସନ୍ଧାନୀ କୁକୁରଙ୍କ ସଫଳତା ହାର ହ୍ରାସ ପାଇବାରେ ଲାଗିଛି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ ୧୧ଟି ଜିଲ୍ଲାରେ ଗୋଟିଏ ବି ସନ୍ଧାନୀ କୁକୁର ପୁଲିସ ବିଭାଗରେ ନଥିବା ସୂଚନା ମିଳିଛି। ଏଭଳି ସ୍ଥିତିରେ ଅନେକ ସମୟରେ ପୁଲିସ ତଦନ୍ତ ପ୍ରକ୍ରିୟା ବି ବିଳମ୍ବିତ ହେଉଛି।

ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲ୍ଳା ମଧ୍ୟରୁ ୧୯ଟି ଜିଲ୍ଲାରେ ମୋଟ ୨୫ଟି ସନ୍ଧାନୀ କୁକର ଅଛନ୍ତି। କିନ୍ତୁ ଅନ୍ୟ ୧୧ଟି ଜିଲ୍ଲାରେ ବିନା ସନ୍ଧାନୀ କୁକୁରରେ ପୁଲିସ ତଦନ୍ତ କରୁଛି। କୁକୁରଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ସ୍ଥାନରେ ନୂଆ କୁକୁର ଅଣାଯାଉ ନାହିଁ। ସନ୍ଧାନୀ କୁକୁର (କେ-୯)ଙ୍କର ବି ଅଭାବ ରହୁଛି। ରାଜ୍ୟର ନବରଙ୍ଗପୁର, ନୟାଗଡ, ସୋନପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ ଭଳି ପ୍ରମୁଖ ଜିଲ୍ଲାରେ ସନ୍ଧାନୀ କୁକୁର ନାହାନ୍ତି। କ୍ରାଇମବ୍ରାଞ୍ଚରେ ବି ଆବଶ୍ୟକ ସନ୍ଧାନୀ କୁକୁର ନାହାନ୍ତି। ଏଭଳି ସମସ୍ୟାର ସମାଧାନ ପାଇଁ ଆଇଟିବିପି ଓ ସଶସ୍ତ୍ର ସୀମା ବଳରେ ତାଲିମପ୍ରାପ୍ତ ୧୮ ସନ୍ଧାନୀ କୁକୁରଙ୍କୁ ଅଣାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଓଡ଼ିଶା ପୁଲିସରେ ଏହି ୧୮ ସନ୍ଧାନୀ କୁକୁର ସାମିଲ ହେବାକୁ ଯାଉଥିବା ବେଳେ ତଦନ୍ତ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଅଚଳାବସ୍ଥା ଦୂର ହେବାରେ ସହାୟକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe