କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ବାଲେଶ୍ୱର ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନିସପେକ୍ଟର ବିମଲ କର ୨୫ହଜାର ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

Advertisment

ବୈରାମ ନଗରର ବିଦୁଭୂଷଣ ପାତ୍ରଙ୍କ ଏକ ଜମିଜମା ବିବାଦର ସମାଧାନ ପାଇଁ ପୋଲିସ ବାବୁ ୨୫ ହଜାର ଟଙ୍କା ମାଗିଥିଲେ । ମଧ୍ୟସ୍ଥ ସନ୍ତୋଷ ଦାସଙ୍କ ମାଧ୍ୟମରେ ଏହି ଟଙ୍କା ମାଗିଥିଲେ । ପୂର୍ବ ଯୋଜନା ମୁତାବକ ବୁଧବାର ଟଙ୍କା ନେଉଥିବାବେଳେ ମଧ୍ୟସ୍ଥ ସନ୍ତୋଷ ଦାସ ଓ ଏସଆଇ ବିମଲ କରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।