ଯୁବକଙ୍କୁ ଗିରଫ କରିବାକୁ ଯାଇ ହରଡଘଣାରେ ପୁଲିସ : ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୋପ ରେଢୁଆରେ ରାତିସାରା ପୁଲିସକୁ ଅଟକ ରଖିଲେ ଗାଁ ଲୋକେ
କନକ ବ୍ୟୁରୋ : ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାତିଅଧରେ ପୁଲିସ କର୍ମଚାରୀ ଅଟକ । ଗୋପ ଥାନା ରେଡୁଆ ଗାଁରେ ଏହାକୁ ନେଇ ଉତେଜନା ଦେଖାଦେବା ପରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପଂହଚି ବୁଝାସୁଝା କରିବା ପରେ ମୁକୁଳିଛନ୍ତି ପୁଲିସ କର୍ମଚାରୀ । ଖବର ଅନୁସାରେ, ରେଡୁଆ ମହାବୀର ମନ୍ଦିରରେ ଜଣେ ପୂଜକଙ୍କୁ ସେହି ଗାଁର ଛବିନ୍ଦ୍ର ଭଟ୍ଟ ଗାଳିଗୁଳଜ କରିବା ସହ ଧମକଚମକ ଦେଉଥିଲେ । ଗାଳି ନ କରିବା ପାଇଁ ଗାଁ ଲୋକଙ୍କ ତାଗିଦ ସତ୍ୱେ ଛବିନ୍ଦ୍ର ଏହାକୁ ମାନିନଥିଲେ । ଏ ନେଇ ସ୍ଥାନୀୟ ଲୋକେ ଗୋପ ଥାନାରେ ଅଭିଯୋଗ କରିଥିଲେ ।
ଗୁରବାର ବିଳମ୍ବିତ ରାତିରେ ପୁଲିସ ଗାଁରେ ପଂହଚି ଦୁଇଜଣ ଯୁବକଙ୍କୁ ଗିରଫ କରିବା ଲାଗି ଉଦ୍ୟମ କରିବା ସହ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗାଁ ଲୋକେ ଦୀର୍ଘ ସମୟ ଧରି ପୁଲିସକୁ ଅଟକ ରଖିଥିଲେ । ସେପଟେ ପୁଲିସ ସଫେଇ ଦେଇଛି ଏକ ଚୋରି ଘଟଣାରେ ସଂପୃକ୍ତ ଯୁବକଙ୍କୁ ଗିରଫ କରିବା ଲାଗି ପୁଲିସ ସେହି ଗାଁକୁ ଯାଇଥିଲା ।
Comments are closed.