କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଳ ପାଟଣା ଫାଣ୍ଡିରେ ଜଣେ ଲାଂଚୁଆ ପୋଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ଅଂଚଳର ମହେଶ୍ୱର ସାଗରଙ୍କ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରକୁ ଛାଡିଦେବା ପାଇଁ ୫ ହଜାର ଟଙ୍କା ଲାଂଚ ନେଉଥିଲେ ଏଏସଆଇ ମଳୟ ରଣା । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ଏହି ସମୟରେ ଏଏସଆଇଙ୍କୁ ଧରି ନେଇଥିଲେ ।
ମଳୟ ରଣାକୁ ଭିଜିଲାନ୍ସ ଅଟକ ରଖି ପଚାରା ଉଚୁରା କରୁଥିଲା । ଏହାର ନେତୃତ୍ୱ ନେଉଛନ୍ତି ଭିଜାଲନ୍ସ ଡିଏସପି ସତ୍ୟବାନ ମହାନନ୍ଦ । ଚଳିତ ମାସ ୬ ତାରିଖରେ ଥୁଆମୂଳ ରାମପୁର ଥାନାର ଜଣେ ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହି ଘଟଣାକୁ ଲୋକ ଭୁଲିବା ଆଗରୁ ପୁଣି ସେହି ଅଂଚଳରେ ପୁଣି ଜଣେ ଏଏସଆଇ ଧରାପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/19xp-compas-articleLarge.jpg)