ରାତିଅଧରେ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗରେ ଗୋପ ରେଢୁଆଁ ଗାଁରୁ ୩୦ଜଣକୁ ଉଠାଇନେଲା ପୁଲିସ; ଚୋର ଧରିବାକୁ ଯାଇ ପୁଲିସ କର୍ମଚାରୀ ହୋଇଥିଲେ ହଟାହଟା

180

କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ଥାନା ଅଂଚଳରେ ପୁଲିସର ରାତି ଅଧିଆ କାର୍ଯ୍ୟାନୁଷ୍ଠାନ । ରେଢୁଆ ଗାଁରୁ ଗତକାଲି ୩୦ ଜଣ ଲୋକଙ୍କୁ ଘରୁ ଉଠାଇ ନେଇଛି ଗୋପ ପୁଲିସ । ସେମାନଙ୍କ ମଧ୍ୟରେ ୨୦ ଜଣ ମହିଳା ଓ ୧୦ ଜଣ ପୁରୁଷ ଅଛନ୍ତି । ପ୍ରଥମେ ରାତିରେ ଗୋପ ଥାନାକୁ ନେବା ପରେ ସେମାନଙ୍କୁ ପୁରୀକୁ ପଠାଇ ଦେଇଥିବା ଜଣାପଡିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ରେଢୁଆ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ସୂଚନା ଅନୁସାରେ ଗତ ୬ ତାରିଖରେ ରେଢୁଅ ଗାଁକୁ ଏକ ଚୋରି ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା ଗୋପ ପୁଲିସ ।

ଏହାକୁ ଗାଁଲୋକେ ବିରୋଧ କରିବା ସହ ରାତିସାରା ପୁଲିସ କର୍ମଚାରୀଙ୍କୁ ଗାଁରେ ଅଟକ ରଖିଥିଲେ । ପରେ ବରିଷ୍ଠ ପୁଲିସ ଅଧିକାରୀ ରେଢୁଅ ଗାଁରେ ପହଂଚି ବୁଝାସୁଝା କରିବା ପରେ ମୁକୁଳିଥିଲେ ଅଟକ ପୁଲିସ କର୍ମଚାରୀ । ସେହି ଘଟଣାକୁ ନେଇ ପୁଲିସ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗରେ ଗାଁର ୩୦ ଜଣ ମହିଳା ପୁରୁଷଙ୍କୁ ଉଠାଇନେଇଥିବା ସୂଚନା ମିଳିଛି ।