କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ଥାନା ଅଂଚଳରେ ପୁଲିସର ରାତି ଅଧିଆ କାର୍ଯ୍ୟାନୁଷ୍ଠାନ । ରେଢୁଆ ଗାଁରୁ ଗତକାଲି ୩୦ ଜଣ ଲୋକଙ୍କୁ ଘରୁ ଉଠାଇ ନେଇଛି ଗୋପ ପୁଲିସ । ସେମାନଙ୍କ ମଧ୍ୟରେ ୨୦ ଜଣ ମହିଳା ଓ ୧୦ ଜଣ ପୁରୁଷ ଅଛନ୍ତି । ପ୍ରଥମେ ରାତିରେ ଗୋପ ଥାନାକୁ ନେବା ପରେ ସେମାନଙ୍କୁ ପୁରୀକୁ ପଠାଇ ଦେଇଥିବା ଜଣାପଡିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ରେଢୁଆ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ସୂଚନା ଅନୁସାରେ ଗତ ୬ ତାରିଖରେ ରେଢୁଅ ଗାଁକୁ ଏକ ଚୋରି ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା ଗୋପ ପୁଲିସ ।
ଏହାକୁ ଗାଁଲୋକେ ବିରୋଧ କରିବା ସହ ରାତିସାରା ପୁଲିସ କର୍ମଚାରୀଙ୍କୁ ଗାଁରେ ଅଟକ ରଖିଥିଲେ । ପରେ ବରିଷ୍ଠ ପୁଲିସ ଅଧିକାରୀ ରେଢୁଅ ଗାଁରେ ପହଂଚି ବୁଝାସୁଝା କରିବା ପରେ ମୁକୁଳିଥିଲେ ଅଟକ ପୁଲିସ କର୍ମଚାରୀ । ସେହି ଘଟଣାକୁ ନେଇ ପୁଲିସ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗରେ ଗାଁର ୩୦ ଜଣ ମହିଳା ପୁରୁଷଙ୍କୁ ଉଠାଇନେଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/HNMJ.jpg)