ବିପୁଳ ପରିମାଣର କଫ୍ ସିରଫ ଜବତ କଲା ବଲାଙ୍ଗୀର ପୋଲିସ : ୧୪,୪୦୦ ବୋତଲ କଫ୍ ସିରଫ୍ ଜବତ ସହ ୨ ଗିରଫ

218

କନକ ବ୍ୟୁରୋ : ବିପୁଳ ପରିମାଣର କଫ ସିରପ ଜବତ କଲା ବଲାଙ୍ଗୀର ପୋଲିସ । ୧୪,୪୦୦ ବୋତଲ କଫ୍ ସିରପ୍ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଲକଡ଼ାଉନ୍ ସମୟରେ ମାତିଛନ୍ତି ଅନ୍ତଃରାଜ୍ୟ ନିଶା ବେପାରୀ । ବଲାଙ୍ଗୀର ଏସପି ଏବଂ ତାଙ୍କ ଟିମ୍ ତୁରେକେଲଶ ଥାନା କନ୍ଦାଗାଡ଼ ଜଙ୍ଗଲ ଭିତରେ ଏକ ଟ୍ରକରେ କଫ୍ ସିରପ୍ ଚାଲାଣ ହେଉଥିବା ନେଇ ସୁଚନା ପାଇଥିଲେ ।

ତୁରେକେଲା ପୋଲିସ ଏବଂ କଂଟାବାଝି ଥାନା ଅଧିକାରୀ ପୁରା ଟିମ୍ ସହିତ ଚଢାଉ କରିଥିଲେ । ଦୁଇ ଜଣଙ୍କୁ କାବୁ କରିବା ସହ କଫ୍ ସିରପ ବୋଝେଇ ଟ୍ରକ୍ ଜବତ କରିଥିଲେ । ଏଥିରୁ ୯୦ ପେଟି କଫ୍ ସିରପ ଜବତ ହୋଇଥିଲା । ଜଙ୍ଗଲ ଭିତରେ କଫ ସିରପରେ ନିଶା ବଢାଇବା ପାଇଁ ସେଥିରେ ନିଶା ଟାବଲେଟ ମିଶାଯାଉଥିବା ବେଳେ ପୋଲିସ ଚଢାଉ କରିଥିଲେ । ଏହା ସହ କିଛି ନିଶା ଟାବଲେଟ ଏବଂ ନଗଦ ୧୩ ହଜାର ଟଙ୍କା ଜବତ କରିଛି ପୋଲିସ ।