ସଂକ୍ରମଣ ରୋକିବାକୁ ସରକାରଙ୍କ କଟକଣା ସତ୍ୱେ ମାନୁ ନାହାନ୍ତି ଅମାନିଆ : ସାବାଡ କରିବାକୁ ଉଠବସ କଲା ପୁଲିସ

ମର୍ଣ୍ଣିଂୱାକରେ କୋଭିଡ ନିୟମ ଭାଙ୍ଗିବାରୁ ଧାଡିରେ ଛିଡା କରାଇ ଦଣ୍ଡ ବୈଠକ; ପୁସଅପ କରି ଦୌଡିବାକୁ କହିଲେ ପୁଲିସ ଅଧିକାରୀ

289

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲଗାଇଥିବା କଟକଣାକୁ ମାନୁ ନାହାନ୍ତି ଲୋକେ । ଆଉ ଅମାନିଙ୍କୁ ସାବାଡ କରିବା ପାଇଁ ଦଣ୍ଡ ଦେଇଛି ପୁଲିସ । ହରିୟାଣାରୁ ଆସିଛି ଏପରି ଦୃଶ୍ୟ । ଆଜି ସକାଳେ ମର୍ଣ୍ଣିଂ ୱାକ କରିବା ସମୟରେ କିଛି ଅମାନିଆ କୋଭିଡ ନିୟମ ମାନୁନଥିବା ଦେଖିଥିଲା ହରିୟାଣା ପୁଲିସ । ଏହାପରେ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ପୁଲିସ ରାସ୍ତାରେ ଏକ ଧାଡିରେ ଛିଡା କରାଇ ଉଠବସ କରିଥିଲା ।

ଲୋକେ ବାଧ୍ୟ ହୋଇ କାନ ଧରି ଉଠବସ ହୋଇଥିଲେ । ହେଲେ ଏତିକିରେ ଅମାନିଆଙ୍କୁ ପୁଲିସ ଛାଡିନଥିଲା । ସମସ୍ତଙ୍କୁ ଦଣ୍ଡ ବୈଠକ, ପୁସ ଅଫ ବ୍ୟାୟାମ କରିବାକୁ କହି ଶେଷରେ ଦୌଡିବାକୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ ଅଧିକାରୀ । ହରିୟାଣା ପୁଲିସର ଅମାନିଆଙ୍କୁ ଦେଇଥିବା ଏପରି ଦଣ୍ଡକୁ ନେଇ ଚର୍ଚ୍ଚା ଚାଲିଛି ।