ଦୁଇ ଦୁଇଟି ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନରେ ପୋଲିସ୍: ରାଗିଂକୁ ରୋକିବା ପାଇଁ ଗଠନ ହେଲା ଆଣ୍ଟି ରାଗିଂ ସ୍କ୍ୱାଡ୍

118

କନକ ବ୍ୟୁରୋ: ବ୍ରହ୍ମପୁରର ଦୁଇ ଦୁଇଟି କଲେଜରେ ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନରେ ପୋଲିସ । ସହରର ୪ଟି ଥାନା ଅଂଚଳରେ ଥିବା ସମସ୍ତ କଲେଜରେ ରାଗିଂ ରୋକିବା ପାଇଁ ପଇଁତରା ମାରୁଛି ପୋଲିସ । କଲେଜରେ ରାଗିଂକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ଆଂଟି ରାଗିଂ କମିଟି କିଭଳି କାମ କରୁଛି, ସେ ନେଇ କଲେଜ କର୍ତୃପକ୍ଷଙ୍କ ଠାରୁ ପଚାରି ବୁଝିଛନ୍ତି ଥାନା ଅଧିକାରୀ ଓ କର୍ମଚାରୀ । ଏହାସହ ରାଗିଂକୁ ନେଇ ଛାତ୍ରଛାତ୍ରୀ କେତେ ସଚେତନ ଅଛନ୍ତି, ସେ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ସେପଟେ ରାଗିଂ ଘଟଣାରେ ପୋଲିସ୍ ୫ଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଅନ୍ୟ ୭ଜଣଙ୍କୁ ପଚରାଉଚରା କରାଯାଉଛି । ବିନାୟକ କଲେଜରେ ଛାତ୍ର୍ରୀଙ୍କୁ ର୍ୟାଗିଂରେ ଘଟଣାରେ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବହିଷ୍କାର ପାଇଁ ଟିସି ଦିଆଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀମାନ ଏବେ ବେଶ୍ ସଚେତନ ହୋଇଛନ୍ତି ।