କନକ ବ୍ୟୁରୋ : ବାହାର ରାଜ୍ୟକୁ ଚାଲାଣବେଳେ ଉଦ୍ଧାର ହେଲେ ୨୪ଜଣ ଦାଦନ ଶ୍ରମିକ । କଣ୍ଟାବାଝି ଷ୍ଟେସନରେ ପହଁଚି ୨୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । କାମ ଧନ୍ଦା ଅଭାବରୁ ପୁଣି ଥରେ ଦାଦନ ଖଟି ଯିବାକୁ କଣ୍ଟାବାଞ୍ଝି ରେଳ ଷ୍ଟେସନରେ ଶ୍ରମିକଙ୍କ ଭିଡ ଜମିଥିଲା । ଦଲାଲଙ୍କ ଠାରୁ ଟଙ୍କା ନେଇ ପ୍ରତିଦିନ ଅନେକ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ।

Advertisment

ନିଜ ସାମଗ୍ରୀ ଧରି ଶ୍ରମିକ ମାନେ ଦାଦନ ଖଟି ଯିବାକୁ ବାହାରିଥିଲେ । ଗତକାଲି ବିଳମ୍ବିତ ରାତିରେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବାବେଳେ ୨୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଝି ପୋଲିସ । ଏମାନେ ସମସ୍ତେ ସମ୍ବଲପୁର ଜିଲ୍ଲା ଗୋଡଭଙ୍ଗା ବ୍ଲକ୍ ଧନକଉଡା ଗାଁ ଓ ବଲାଙ୍ଗୀର ଜିଲ୍ଲା ଲାଠୋର ଗାଁର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ଭିତରେ ୧୦ଜଣ ପୁରୁଷ, ୯ ମହିଳା ଓ ୫ ଶିଶୁ ରହିଛନ୍ତି । ଘଟଣାରେ କଂଟାବାଂଝି ପୋଲିସ ୩ଜଣଙ୍କୁ ଅଟକ ରଖି ପଚରା-ଉଚୁରା କରୁଛି । ଏହି ସବୁ ଶ୍ରମିକ କଣ୍ଟାବାଞ୍ଝି ଷ୍ଟେସନରୁ ଅନ୍ୟ ରାଜ୍ୟକୁ ଚାଲାଣ ହୋଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ଖବର ପାଇଁ ପୋଲିସ ଷ୍ଟେସନରେ ପହଁତି ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି ।