ଭୁବନେଶ୍ୱର ଏୟାରପୋର୍ଟରୁ ପ୍ରେମୀ ଯୁଗଳଙ୍କୁ ଉଠାଇନେଲା ପୋଲିସ: ଉଭୟଙ୍କୁ ଏୟାରପୋର୍ଟରେ ଜଗିଥିଲେ ପରିବାର ଲୋକ

660

କନକ ବ୍ୟୁରୋ: ଯୁବକ-ଯୁବତୀଙ୍କୁ କଡା ସୁରକ୍ଷା ବଳୟ ଭିତରେ ନେଉଛନ୍ତି, ସିଆଇଏସଏଫ ଯବାନ । ଯୁବତୀ-ଯୁବକଙ୍କୁ ଯେମିତି କୌଣସି ପ୍ରକାରର ଅସୁବିଧା ନୁହୁଏ, ସେଥିପାଇଁ ସ୍ଥାନୀୟ ପୁଲିସ ବି ଉପସ୍ଥିତ ରହିଛି । ପୂର୍ବରୁ ପ୍ରସ୍ତୁତ ଥିବା ଏୟାରପୋର୍ଟ ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ବିମାନବନ୍ଦରରୁ ଏୟାରପୋର୍ଟ ଥାନାକୁ ନେଇଥିଲା । ଥାନାର ଏକ ପ୍ରକୋଷ୍ଠରେ ଉଭୟଙ୍କୁ ରଖା ଯାଇଥିବାବେଳେ ଯୁବକ ଏବଂ ଯୁବତୀଙ୍କ ପରିବାର ଲୋକେ ଥାନାରେ ପହଁଚିଥିଲେ । ବେଶ କିଛି ସମୟ ଧରି ଚାଲିଥିଲା ଏହି ହାଇଡ୍ରାମା । ଶୁଣିବାକୁ ମିଳିଥିଲା, ଯୁବକ ଯୁବତୀଙ୍କ ବିବାହକୁ ପରିବାର ଲୋକମାନେ ବିରୋଧ କରିବାରୁ ଉଭୟଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ ଏବଂ ଗଣମାଧ୍ୟମକୁ ଖବର ଦେଇଥିଲେ ।

ଯୁବତୀ ଜଣଙ୍କ ଜଣେ ଡାକ୍ତର ହୋଇଥିବାବେଳେ, ସେ ଶିଖ ଯୁବକ ଗଗନ ଦୀପ ସିଂଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହି ବାହାଘର ପାଇଁ ଯୁବକଙ୍କ ପରିବାର ଲୋକେ ରାଜି ଥିବାବେଳେ ଯୁବତୀଙ୍କ ବାପା କହିଛନ୍ତି ତାଙ୍କ ଝିଅକୁ ଫସାଇ ଦିଆଯାଇଛି । ଗତ ୬ବର୍ଷ ତଳେ ଉକ୍ତ ଯୁବକ ତାଙ୍କ ଝିଅଙ୍କ ଆକାଉଁଂଟରୁ ୨ଲକ୍ଷ ଟଙ୍କା ଚୋରି ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା ।

ବେଶ କିଛି ସମୟ ଧରି ଏହାକୁ ନେଇ ବିମାନବନ୍ଦର ନିକଟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଉଭୟ ପରିବାରଙ୍କ ମଧ୍ୟରେ ବୁଝାସୁଝା ନହୋଇପାରିବାରୁ, ପୁଲିସକୁ ରିପୋର୍ଟ ଦେଇଥିବା ଯୁବତୀ ନିଜ ଇଛାରେ ଯେଉଁଠିକୁ ଚାହିଁବେ ଯାଇପାରିବେ ବୋଲି ପୁଲିସ ମତ ରଖିଥିଲା ।