କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଶିଶୁ ଚୋରି ଉଦ୍ୟମ ପଣ୍ଡ । ପାଞ୍ଚଦିନ ପରେ ଧରା ପଡ଼ିଲା ଶିଶୁ ଚୋର । ଇନଫୋସିଟି ଥାନା ଅଭିଯୁକ୍ତକୁ ଧରିଛି । ଶିଶୁକୁ ନେଇ ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଧରିଛି ପୁଲିସ । ଗତ ୧୬ ତାରିଖରେ ଜଣେ ୪ ବର୍ଷର ଶିଶୁ ନିଖୋଜ ହେବା ନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗ ଆଧାରରେ ଥାନା ଆଇଆଇସିଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଘଟଣାର ଛାନଭିନ୍ କରିଥିଲା ।
ତେବେ ବୁଧବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଧରିଥିଲା ଇନଫୋସିଟି ଥାନା । ଅଭିଯୁକ୍ତଙ୍କ ଘର ଜଟଣୀରେ ବୋଲି ସୂଚନା ଦେଇଛି ପୋଲିସ । ସେ ଭୁବନେଶ୍ୱରରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ସେ ମଧ୍ୟ କୁନି ଶିଶୁଟି ରହୁଥିବା ବସ୍ତିକୁ ନିୟମିତ ଯିବାଆସିବା କରୁଥିଲା । ଆଉ ଶନିବାର ସେ ଶିଶୁଟିକୁ ଉଠାଇ ନେଇଥିଲା । ସେ ପାଞ୍ଚଦିନ ଧରି ଶିଶୁଟିକୁ ଚନ୍ଦ୍ରଶେଖରପୁର ଅଂଚଳରେ ଲୁଚାଇ ରଖିଥିଲା । ଶିଶୁର ମାଆ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବର୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କହିଛି ପୋଲିସ । ତେବେ ଅଭିଯୁକ୍ତ କାହିଁକି ଶିଶୁଟିକୁ ଅପହରଣ କରିଥିଲା, ତାହା ଜଣାପଡ଼ିନାହିଁ ।
ଭୁବନେଶ୍ୱର ଝରିମୁଣ୍ଡା ବସ୍ତିରୁ ଚୋରି ଶିଶୁ ଉଦ୍ଧାର । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଠାବ କଲା ଇନଫୋସିଟି ଥାନା ପୋଲିସ
/kanak/media/post_attachments/wp-content/uploads/2022/04/34-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)