ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଫସିଲେ ବଲିଉଡ ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା । ହ୍ୱାଟସଆପ୍ ଗ୍ରୁପ କରି ଚଳାଇଥିଲେ ନେଟୱାର୍କ

289

କନକ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଫଶି ଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ଗତ ରାତିରେ ତାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ । ଗିରଫ ପରେ ମୁମ୍ବାଇ ପୋଲିସ କହିଛି ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ୪୫ବର୍ଷିୟ ଶିଳ୍ପପତି ରାଜ କୁନ୍ଦ୍ରା । ଏହି ମାମମଲାର ସେ ହେଉଛନ୍ତି ମୁଖ୍ୟ କାର୍ପଟଦାର । କୋର୍ଟରେ ହାଜର କରିବା ପରେ ଅଧିକ ତଦନ୍ତ ପାଇଁ କୁନ୍ଦ୍ରାଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

ଗିରଫ ହେଲେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା କୋଟିପତି ବ୍ୟବସାୟୀ ରାଜ କୁନ୍ଦ୍ରା । ମୁମ୍ବାଇ କ୍ରାଇମବ୍ରାଂଚ ରାଜକୁନ୍ଦ୍ରାଙ୍କୁ ସୋମବାର ରାତିରେ ଗିରଫ କରିଛି । ତାଙ୍କ ନାଁରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରୁଥିବା ଏବଂ ତାକୁ କିଛି ଆପ୍ ଜରିଆରେ ରିଲିଜ୍ କରିବାର ସଙ୍ଗୀନ ଅଭିଯୋଗ ଲାଗିଛି । ଘଟଣାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ କ୍ରାଇମବ୍ରାଂଚ ପାଖରେ ରହିଛି ପର୍ଯ୍ୟାପ୍ତ ପ୍ରମାଣ । କେବଳ ସେତିକି ନୁହେଁ ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ପଛରେ ରାଜ କୁନ୍ଦ୍ରା ମୁଖ୍ୟ କାର୍ପଟଦାର ଥିବା ପୋଲିସ ଦାବି କରିଛି । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ବ୍ୟତିତ ରେୟାନ ଜାନ ନାମକ ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି ।

ପୋଲିସ ସୁଚନା ମୁତାବିକ ରାଜ କୁନ୍ଦ୍ରଙ୍କ ‘ଭିଆନ୍’ ନମକ କମ୍ପାନୀ ଆକାଉଂଟରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ରହିଛି । ତେଣୁ ଏହି ମାମଲାର ଅଧିକ ଯାଂଚ ହେବା ଆବଶ୍ୟକ ରହିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କୁ ହେପାଜତରେ ନେଇ ଅଧିକ ପଚରା ଉଚରା ହେବା ଜରୁରୀ ବୋଲି କହିଛି ପୋଲିସ । ତେଣୁ ରାଜ ଏବଂ ରିୟାନଙ୍କୁ ପୋଲିସ ହେପାଜତକୁ ନେବା ପାଇଁ ସମୟ ମାଗିଛି । ସୁଚନା ଅନୁସାରେ ରାଜ ଏକ ହ୍ୱାଟସ ଆପ୍ ଗ୍ରୁପ୍ କରିଥିଲେ । ଏହି ଗୃପରେ ଅଶ୍ଳିଳ ସିନେମା ବିଷୟରେ ଆଲୋଚନା କରାଯାଉଥିଲା । ତେବେ ରାଜକୁନ୍ଦ୍ରାଙ୍କୁ ମଙ୍ଗଳବାର କିଲ୍ଲା କୋର୍ଟରେ ହାଜର କରାଯାଇଛି । କୋର୍ଟ ଶୁଣାଣୀ କରି ରାଜ କୁନ୍ଦ୍ରାଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି ।

ସେପଟେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୦ ଜଣଙ୍କ ନା ସମ୍ପୃକ୍ତ ଥିବା ଜଣାପଡ଼ିଛି । ଅନ୍ୟପଟେ ରାଜକୁନ୍ଦ୍ରାଙ୍କ ମୋବାଇଲ ଫୋନକୁ ଫରେନ୍ସିକ ତଦନ୍ତ ପାଇଁ ପଠାଯାଇଛି ।