ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ଆତଙ୍କବାଦୀ ଲୁଚି ରହିଥିବା ଦାବି କରି ଘେରିଲା ପାକ ପୁଲିସ, ମୁହଁ ଖୋଲିଲେ ଇମ୍ରାନ ଖାନ

Advertisment
ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ଆତଙ୍କବାଦୀ ଲୁଚି ରହିଥିବା ଦାବି କରି ଘେରିଲା ପାକ ପୁଲିସ, ମୁହଁ ଖୋଲିଲେ ଇମ୍ରାନ ଖାନ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନକୁ ଘେରି ରହିଛି ପାକିସ୍ତାନ ପୁଲିସ । ଲାହୋର ଜମାନ ପାର୍କରେ ଥିବା ଇମ୍ରାନଙ୍କ ଘରକୁ ବୁଧବାର ସଂଧ୍ୟାରୁ ପୁଲିସ ଫୋର୍ସ ଘେରି ରହିଛି । ପାକିସ୍ତାନ ସରକାର ଦାବି କରିଛନ୍ତି ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବ।।ଦୀ ଲୁଚି ରହିଛନ୍ତି । ତେବେ ୨୪ ଘଂଟା ମଧ୍ୟରେ ଆତଙ୍କବାଦୀମାନେ ପୁଲିସଙ୍କ ନିକଟରେ ସମର୍ପଣ କରନ୍ତୁ ବୋଲି ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଆମୀର ମୀର ଚେତାବନୀ ଦେଇଛନ୍ତି ।

ପାକିସ୍ତାନର ପୁଲିସର ଅପରେସନ ଜମାନ ପାର୍କକୁ ପାକ ସରକାରଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ଇମ୍ରାନ ଖାନ । ମିଛ ମାମଲାରେ ଫଶାଇବାକୁ ପାକିସ୍ତାନ ସରକାର ଓ ସେନା ମିଳିତ ଯୋଜନା କରୁଥିବା ଏକ ଭିଡିଓ ଜାରି କରି ଇମ୍ରାନ କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ପାକ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କୁ କୌଣସି ସମୟରେ ଗିରଫ କରାଯାଇପାରେ । ସେପଟେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ପୁଲିସ ବିଚରାସ୍ତାରେ ଗୁଣ୍ଡାଗର୍ଦ୍ଦି କରି ଭୟର ବାତାବରଣ ସୃଷ୍ଟ କରୁଥିବା ସମର୍ଥକ କହିଛନ୍ତି ।

ଇମ୍ରାନଙ୍କ ଉପରେ ଆର୍ମି ଆକ୍ଟରେ ମାମଲା ରୁଜୁ ହୋଇଛି । ତେବେ ସେନା ତାଙ୍କୁ ଦେଶ ଛାଡି ଯିବା ପାଇଁ ଅଫର ଦେଇଥିବା ଚର୍ଚ୍ଚା ହେଉଛି । ଦେଶ ଛାଡି ଚାଲିଗଲେ ତ ଇମ୍ରାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବନି ବୋଲି ସେନା କହିଛି । ତେବେ ଇମ୍ରାନ ଏହି ଅଫର ପ୍ରତ୍ୟାଖାନ କରିଥିବା ଦାବି ହେଉଛି । ଗୋଟେପଟେ ପିଟିଆଇ ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟପଟେ ସେହେବାଜ ସରକାର ଓ ସେନା । ଏମାନଙ୍କ ମଧ୍ୟରେ ଜୋରସୋରରେ ଚାଲିଛି ମୁହାଁମୁହିଁ । ଯେବେଠୁ ଇମ୍ରାନଙ୍କୁ ସୁପ୍ରିମକୋର୍ଟ ସମସ୍ତ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ସେବେଠୁ ସରକାର ଓ ଇମ୍ରାନଙ୍କ ମଧ୍ୟ ବିବାଦ ଉଗ୍ର ରୂପ ନେଇଛି । ସଂସଦରେ ଇମ୍ରାନଙ୍କୁ ଫାଶୀ ଦେବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe