ରାତି ପାହିଲେ ହୋଲି । ନିଶା ଖାଇ ଦୁଷ୍ଟାମୀ କଲେ ବାନ୍ଧିବ ପୋଲିସ । ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ସାବାଡ୍ କରିବା ପାଇଁ ୬୦ଟି ଟିମ୍ ପ୍ରସ୍ତୁତ

192

କନକ ବ୍ୟୁରୋ: ହୋଲି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଛି । ଆଜି ଦୋଳପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ଦୋଳମେଳଣ ପାଳନ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ବିଦେଶୀ ଭକ୍ତ ଅବିର ଖେଳିଛନ୍ତି । କାଲି ରଙ୍ଗର ଖେଳ ହେବ ଆଉ ଏଥିପାଇଁ ଭୁବନେଶ୍ୱରରେ ସୁରକ୍ଷାକୁ ବଢାଇଦିଆଯାଇଛି । ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିଲେ ସାବଧାନ । ଭୁବନେଶ୍ୱର ସହର ଉପରେ ନଜର ରଖିବ ୬୦ଟି ସ୍ପେଶାଲ ସ୍କ୍ୱାର୍ଡ । ୩୧ଟି ସ୍ଥାନରେ ପୋଲିସ ପିକେଟିଂ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • ରଙ୍ଗର ପର୍ବରେ ରଙ୍ଗେଇ ହେଲାଣି ରାଜ୍ୟ
  • ଦୋଳମେଳଣରେ ଗାଁରୁ ସହର ଉତ୍ସବମୁଖର

ଦୋଳବେଦୀରେ ଠାକୁର । ଆଉ ଦୋଳମେଳେଣରେ ଉଠୁଛିପଡୁଛି ଗାଁରୁ ସହର । ହୋଲିର ଗୋଟିଏଦିନ ପୂର୍ବରୁ ପ୍ରାୟ ସବୁ ସ୍ଥାନରେ ହୋଲିର ମାହୋଲ ଜମିଆସିଲାଣି । ରାଜ୍ୟର ସବୁଠାରୁ ବଡ ମେଳଣ ଓଳକଣା ମେଳଣରେ ପ୍ରତିବର୍ଷ ପରି ଏଥର ମଧ୍ୟ ହଜାର ହଜାର ଲୋକ ଏକାଠି ହୋଇଛନ୍ତି । ସମସ୍ତେ ରଙ୍ଗର ପର୍ବରେ ରଙ୍ଗେଇଯାଇଛନ୍ତି । କେବଳ ଓଳକାଣା ମେଳଣ ନୁହେଁ ସାଲେପୁର, ନିମାପଡା , କଟକ ସହ ବିଭିନ୍ନ ସ୍ଥାନରୁ ଦୋଳମେଳଣ ପାଳନ ପାଇଁ ଲୋକ ଏକାଠି ହୋଇ ରଙ୍ଗ ଓ ଅବିରରେ ରଙ୍ଗେଇ ହୋଇଛନ୍ତି । ପୁରୀରେ ବି ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

  • ରାଜଧାନୀର ହୋଲି ଉପରେ କଡା ନଜର
  • ନିଶା ଖାଇ ମଉଜ କରୁଥିଲେ ସାବଧାନ

ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିଲେ ସାବଧାନ । ଭୁବନେଶ୍ୱର ସହର ଉପରେ ନଜର ରଖିବ ୬୦ଟି ସ୍ପେଶାଲ ସ୍କ୍ୱାର୍ଡ । ୩୧ଟି ସ୍ଥାନରେ ପୋଲିସ ପିକେଟିଂ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୧୭ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହେବେ । ହୋଲି ପାଇଁ ନଦୀ ପଠା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ମୁତୟନ ରହିବେ । ଯେଉଁମାନେ ଦୁର୍ଘଟଣାର ଶିକାର ହୋଇ ମେଡିକାଲକୁ ଆସିବେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଏହି ଫୋର୍ସ ସହଯୋଗ କରିବେ । ରାତିରେ ବେଆଇନ୍ ପାଟି ଓ ରେଭ୍ ପାଟି ଉପରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।