କନକ ବ୍ୟୁରୋ: ଗଞ୍ଜାମରେ ଘୋର ବିରୋଧ ସତ୍ତେ୍ୱ ସଭାସ୍ଥଳକୁ ଗଲେ ଫାଇଭ୍ ଟି ସଚିବ । ପ୍ରଥମେ ନିଜ ଗସ୍ତ ସମୟରେ ପରିବର୍ତ୍ତନ କରିଥିଲେ । ଏହାପରେ ସଭାସ୍ଥଳକୁ ହେଲିକପ୍ଟରରେ ନଯାଇ କାରରେ ଆମ୍ବପୁଆରୁ କାନସ ଯାଏଁ ଯାଇଥିଲେ ।

Advertisment

ଏହା ପୂର୍ବରୁ ପିପିଲି ଗସ୍ତ ବେଳେ ସଚବିଙ୍କ ଉପରେ କାଳିମାଡ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଗସ୍ତ ପୂର୍ବରୁ ପୁରା ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସଙ୍କୁ ଆଜି ନିଜ ୟୁନିଫର୍ମରେ ନୁହେଁ ବରଂ ଗୋଲାପୀ ପୋଷାକରେ ଦେଖିବାକୁ ମିଳିଛି ।