ମନୀଷ ମୃତ୍ୟୁ ମାମଲାରେ ପୋଲିସକୁ ମିଳିଲା ବଡ ପ୍ରମାଣ । ମନୀଷଙ୍କ ମୃତ୍ୟୁରେ ସାମିଲ ଅଛନ୍ତି...

Advertisment
ବହୁଚର୍ଚ୍ଚିତ ମନୀଷ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ଆଜି ହେବ ରିମାଣ୍ଡ ଆବେଦନର ଶୁଣାଣି

କନକ ବ୍ୟୁରୋ : ମନୀଷ ମୃତ୍ୟୁ ମାମଲାରେ ବଡ ଖୁଲାସା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା କରାଯାଇଛି । ସେ ଆତ୍ମହତ୍ୟା କରିନାହାନ୍ତି ବୋଲି ପୋଲିସକୁ ପ୍ରମାଣ ମିଳିସାରିଛି । ଏପରିକି ମନୀଷଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ସିସିଟିଭି ଫୁଟେଜରେ ହତ୍ୟାକାରୀଙ୍କ ଗତିବିଧି ରେକର୍ଡ ହୋଇ ରହିଛି । ଅର୍ଥାତ ୯ ତାରିଖ ରାତିରେ ମନୀଷଙ୍କୁ ହତ୍ୟା କରିବା ପରେ ପାତ୍ରପଡା ପୋଖରୀରେ ଫିଙ୍ଗି ଦିଆଯାଇଥିଲା ବୋଲି ପୋଲିସ ଏକପ୍ରକାର ନିର୍ଯାସରେ ପହଂଚି ସାରିଛି । ପ୍ଲେସ ଅଫ ଅକରାନ୍ସ ଅର୍ଥାତ ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜ ହିଁ ବଡ ପ୍ରମାଣ ଭାବରେ ସାମ୍ନାକୁ ଆସିଛି । ମନୀଷଙ୍କ ସାଙ୍ଗମାନଙ୍କୁ ଜେରା କରିବା ପରେ ପୋଲିସ ମାମଲାର ଅନ୍ତ ଘଟାଇବାର ନିକଟତର ହୋଇପରାଥିଲା । ତେବେ ଏନେଇ ପୋଲିସ ଖୁବଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇପାରେ ବୋଲି ଜଣାପଡିଛି । କାହିଁକି ମନୀଷଙ୍କୁ ହତ୍ୟା କରାଯାଇଛି ଏବଂ ଘଟଣାଦିନ ହୋଟେଲରେ ଗଣ୍ଡଗୋଳ ହୋଇଥିଲା କି ନାହିଁ ସେନେଇ ମଧ୍ୟ ଖୁଲାସା କରିପାରେ କମିଶନରେଟ୍ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe