ଭୁବନେଶ୍ୱର ମୁଣ୍ଡବିହୀନ ଶବ ମିଳିବା ଘଟଣା । ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା ପୋଲିସ 

Advertisment
ଭୁବନେଶ୍ୱର ମୁଣ୍ଡବିହୀନ ଶବ ମିଳିବା ଘଟଣା । ମୃତ ପୁଷ୍ପଲତାଙ୍କ ସ୍କୁଟି ଜବତ କଲା ପୋଲିସ 

କନକ ବ୍ୟୁରୋ : ଚନ୍ଦକା ଅଞ୍ଚଳରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ କମିସନରେଟ ପୁଲିସ ଅଭିଯୁକ୍ତ ଗିରଫ କରିବ । ପରେ ଆଜି ଏଥିରେ ବ୍ୟବହୃତ ସ୍କୁଟିକୁ ଘୁ.ଉଦୟଗିରି ଥାନା ଅଞ୍ଚଳରୁ ଜବତ କରିଛି । ଜବତ ସ୍କୁଟିକୁ କିଣିଥିବା ଅଭିଯୋଗରେ କଳିଙ୍ଗ । ପଞ୍ଚାୟତର ତାରବାଡ଼ ଗ୍ରାମର ଶୁଭ୍ରାଂଶୁ ନାୟକଙ୍କୁ ଗିରଫ କରି ଭୁବନେଶ୍ବର ନେଇଛି ।

ଶୁକ୍ରବାର ଅପରାହ୍ନରେ ମୁଖ୍ୟ ଅଭିଯୁକ୍ତ ଅଙ୍ଗଦ ଦାସ ଓରଫ୍ ସଞ୍ଜୟ ଏବଂ ଶ୍ରୀକାନ୍ତ ସାହୁ ଓରଫ୍ ଚନ୍ଦୁକୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଖାରଜ ହୋଇ ଯାଇଥିଲା । ତେବେ ଘଟଣାର ଅଧିକ ଖୋଳତାଡ଼ ଲାଗି ଚନ୍ଦକା ଥାନା ପୁଲିସ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବାବେଳେ କୋର୍ଟ ତିନି ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ। ଏହି ରିମାଣ୍ଡ ସମୟରେ ସେମାନଙ୍କୁ ପଚରାଉଚରା କରି ଆଉ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରାଯିବ। ବାକି ରହିଥିବା କ୍ରାଇମ ସିନ୍ ରିକ୍ରିଏଟ୍ ମଧ୍ୟ କରାଯିବ।

ହତ୍ୟାକାଣ୍ଡସ୍ଥଳ ଫୁଲେଶ୍ବରୀ ବସ୍ତିକୁ ଉଭୟ ଅଭିଯୁକ୍ତଙ୍କୁ ନିଆଯିବା ସହ ଆଇଗିଣିଆର ଯେଉଁ ମେଡିସିନ୍ ଷ୍ଟୋରରୁ ଛୁରି, ଗ୍ଲୋଭସ୍ କିଣିଥିଲେ ସେଠାକୁ ମଧ୍ୟ ନିଆଯିବ। ସେହି ମେଡିସିନ୍ ଷ୍ଟୋରର ଦୋକାନୀ ଉଭୟଙ୍କୁ ଚିହ୍ନଟ କରିବେ। ସେହିପରି ଯେଉଁ ସ୍ଥାନରେ ଓଢଣିକୁ ପୋଡାଯାଇଛି ସେଠାକୁ ମଧ୍ୟ ଉଭୟ ଯାଇ ଚିହ୍ନଟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe