କଙ୍କାଳ ପଛର ଚେହେରା ଖୋଜିବା ପାଇଁ ଅଣ୍ଟା ଭିଡିଲା ପୁଲିସ୍ । କାନ୍ଥରେ ଲାଗିଲା, ପୋଷ୍ଟର, ଦିଆଗଲା ମହିଳାଙ୍କ ତଥ୍ୟ । ପରିଚୟ ଦେଲେ ଗୋପନୀୟ ରହିବ ତଥ୍ୟ । 

184

କନକ ବ୍ୟୁରୋ: ଯାଆଁଳ ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା ।  ରାଜଧାନୀର ଜନଗହଳି ବିଭିନ୍ନ ସ୍ଥାନରେ ଲାଗିଛି କଙ୍କାଳ ସ୍କେଚର ପୋଷ୍ଟର । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି । ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ ହେବା ନେଇ ମଧ୍ୟ ଅନୁମାନ କରାଯାଇଛି । ଯିଏ ଏହି ମହିଳାଙ୍କ ବିଷୟରେ ପୋଲିସକୁ ସୂଚନା ଦେବ ତାଙ୍କ ପରିଚୟ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।

ଏ ହେଉଛି ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଗାଡିରୁ କଙ୍କାଳ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା କଙ୍କାଳ ସ୍କେଚର ପୋଷ୍ଟର । ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଛି ଏହି  ପୋଷ୍ଟର ।  ଫେବୃଆରୀ ଦ୍ୱିତୀୟ ସପ୍ତାହରେ  ଏହି ଘଟଣା ସାମ୍ନାକୁ ଆସିଥିଲା । ୨୦୧୯ ମସିହାରେ ଜବତ ହୋଇଥିବା ଏକ ଏସ୍କୟୁଭି ଗାଡିକୁୁ ମୁକୁଳାଇବା ପାଇଁ ଯେତେବେଳେ ଗାଡ଼ି ମାଲିକ ଆସିଥିଲେ, ଗାଡ଼ି ଭିତରୁ ମିଳିଥିଲା କଙ୍କାଳ । ଆଉ ଘଟଣାରେ

ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି । ପୋଷ୍ଟରରେ କୁହାଯାଇଛି ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ମହିଳା ଜଣଙ୍କ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ  ହୋଇପାରେ । ମହିଳା ଜଣଙ୍କ ଯକ୍ଷ୍ମା ରୋଗାକ୍ରାନ୍ତ ଥିଲେ । ମହିଳାଙ୍କ ଉଚ୍ଚତା ୧୬୪ ସେମି, କଳା ରଙ୍ଗର ମୁଣ୍ଡ ବାଳ ପ୍ରାୟ ୩୫ ସେମି ଲମ୍ବ ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏପରିକି ଡାହାଣ ହାତରେ ଚାରୋଟି ଆଲୁମିନିୟମ ଚୁଡ଼ି, ମହିଳା ଜଣଙ୍କ ସ୍ୱେଟର ପିନ୍ଧିଥିବା ପୋଷ୍ଟରରେ ସୂଚନା ଦିଆଯାଇଛି ।

ସେହିଭଳି କୋରାପୁଟ  ଜିଲ୍ଲା ଲକ୍ଷ୍ମୀପୁର  କାକିରିଗୁମ୍ମା ଜଙ୍ଗଲରୁ  ନରକଙ୍କାଳ ଉଦ୍ଧାର କରିଛି ପୁଲିସ ।  ଜଙ୍ଗଲ ଭିତରେ ଏଣେ ତେଣେ ଖେଳାଇ ହୋଇପଡିଛି  ଗୋଡ ଓ ହାତର ହାଡ , ଖପୁରୀ । ଆଉ ନିକଟରେ  ଜଣେ ମହିଳାଙ୍କ ଲୁଗା ବି ପଡିରହିଛି ।  ପାରିପାଶ୍ୱିକ ସ୍ଥିତିରୁ ଦେଖିଲେ ଏହା ଜଣେ ମହିଳାଙ୍କ କଳାଙ୍କ ବୋଲି ଜଣାପଡୁଛି ।