କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରାଯିବା ଦିନ ତାଙ୍କ ବାସଭବନରେ ଏକ ମୋବାଇଲ୍ ଫୋନ୍ ଭିଡିଓ ଭାଇରାଲ ହେଉଛି । ଏହାପରେ ଆପ୍ ରାଜ୍ୟସଭା ସାଂସଦ ଏବଂ ତାଙ୍କ ଦଳ ମଧ୍ୟରେ ଜୋରଦାର ବୟାନବାଜି ଆରମ୍ଭ ହୋଇଛି । ଆପ୍ ଏହି ଭିଡିଓକୁ ବିଜେପିର ଷଡ଼ଯନ୍ତ୍ରର ଅଂଶ ବିଶେଷ ବୋଲି କହିଛି । ଅନ୍ୟପକ୍ଷରେ ମାଲିୱାଲ କହିଛନ୍ତି ଯେ ନିଜକୁ ବଂଚାଇବା ପାଇଁ ଏହି ଭିଡିଓକୁ କେଜ୍ରିୱାଲଙ୍କ ଦ୍ୱାରା ଭାଇରାଲ କରାଯାଇଛି । ତେବେ ସେ ପରୋକ୍ଷରେ କେଜ୍ରିୱାଲଙ୍କୁ ଇଙ୍ଗିତ କରିଛନ୍ତି ।
ସ୍ୱାତୀ ଏତଲା ଦେବା ପରେ ପୁଲିସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଛି । ଏହି ସମୟରେ ଫରେନସିକ୍ ଟିମ୍ ମଧ୍ୟ ପୁଲିସ ସହ ଥିଲା ବୋଲି ଜଣାପଡ଼ିଛି । ଏବେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶୀ ଏହାକୁ ନେଇ ଏକ ବଡ଼ ଦାବି କରିଛନ୍ତି । ସ୍ୱାତୀ ମାଲିୱାଲଙ୍କୁ ବିଜେପିର ଚେହେରା ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ସେ କାହାକୁ ନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀଙ୍କୁ ଦୋଷାରୋପ କରିବା, କିନ୍ତୁ ମୁଖ୍ୟମନ୍ତ୍ରୀ ସେତେବେଳେ ଘରେ ନଥିଲେ । ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ପରଠାରୁ ବିଜେପି ଭୟଭୀତ ହୋଇପଡ଼ିଛି ବୋଲି ଆତିଶୀ ଗଣମାଧ୍ୟମକୁ କହିଛନ୍ତି ।
ମେ ୧୩ ତାରିଖ ସକାଳେ ବିଜେପି ଷଡ଼ଯନ୍ତ୍ର କରି ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଠାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ନ ମିଳିବାରୁ ସେ ତାଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/4-29.jpg)