ଏନକାଉଣ୍ଟର ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ୩ଟି ଗୁଳି ମାରିଥିଲା ପୁଲିସ୍ । ପେଟରେ ୨ଟି ଓ ଗୋଡ଼ରେ ବାଜିଥିଲା ଗୋଟିଏ ଗୁଳି 

Advertisment
ଏନକାଉଣ୍ଟର ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ୩ଟି ଗୁଳି ମାରିଥିଲା ପୁଲିସ୍ । ପେଟରେ ୨ଟି ଓ ଗୋଡ଼ରେ ବାଜିଥିଲା ଗୋଟିଏ ଗୁଳି 

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ମୃତଦେହରେ ସ୍ପଷ୍ଟ ଭାବେ ଦେଖାଯାଉଛି ଗୁଳି ଚିହ୍ନ । ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର, ମୃତଦେହରୁ ୩ଟି ଗୁଳି ପାଇଛନ୍ତି, ଗୋଟିଏ ପୁରୁଣା ଗୁଳି ମଧ୍ୟ ମିଳିଛି । ପୁରୁଣା ଗୁଳିକୁ ଛାଡିଦେଲେ, ସିମୁଳିଆ ଏନକାଉଣ୍ଟରରେ ହାଇଦରର ପଂଜରା ତଳେ ୨ଟି ଏବଂ ଜଂଘ ଭିତରେ ଗୋଟିଏ ଗୁଳି ବାଜିଥିବା ଜଣାପଡିଛି ।

ଦୀର୍ଘ ସମୟ ଧରି ଚାଲିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା । ୩ଜଣିଆ ଡାକ୍ତରୀ ଟିମ୍, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା ଓ ପୁଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ନେବା ପାଇଁ ସକାଳୁ ହାଇଦରର ପତ୍ନୀ, ଝିଅ, ବୋହୂ ଓ ତା’ର ସଂପର୍କୀୟ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ପହଁଚିଥିଲେ । ପୋଷ୍ଟମର୍ଟମ ପୂର୍ବରୁ ଶବ ଗୃହରେ ମୃତଦେହକୁ ଦେଖିଥିଲେ ହାଇଦରର ପତ୍ନୀ । ତାଙ୍କ ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ପୁଲିସ ହତ୍ୟା କରିଥିବା ଅଭିଯୋଗକୁ ପୁଣିଥରେ ସେ ଦୋହରାଇଛନ୍ତି । ସେ କହିଛନ୍ତି,

ପ୍ରଶ୍ନ ଉଠାଇଲେ ପତ୍ନୀ ଓ ପରିବାର

ହାତରେ ହାଣ୍ଡକପ୍ ଥିଲା ବେଳେ କିପରି ପୁଲିସଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କଲା?

ଖସିଯିବାକୁ ଉଦ୍ୟମ କରିଥିଲେ ପଛପଟେ ଗଳି ବାଜିଥାନ୍ତା, ପେଟରେ ଗୁଳି ବାଜିଲା କେମିତି?

ପ୍ୟାଂଟ, ସାର୍ଟ ନପିନେ୍ଧଇ ଲୁଙ୍ଗି ପିନ୍ଧାଇ କାହିଁକି ନିଆଯାଇଥିଲା ହାଇଦରକୁ?

ଯଦି ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା, ତେବେ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କାହିଁକି ନିଆଯାଇନଥିଲା?

ଏନକାଉଂଟରକୁ ନେଇ ହାଇଦରର ପତ୍ନୀ ଓ ପରିବାର ପ୍ରଶ୍ନ ଉଠାଉଥିବା ବେଳେ ଏନ୍କାଉଂଟର ସ୍ଥଳରେ ଛାନଭିନ ଆରମ୍ଭ କରିଛି ସାଇଂଟିଫିକ୍ ଟିମ୍ । ଘଟଣା ସ୍ଥଳରୁ ଖୋକା ଜବତ କରାଯାଇଛି । ପୋଷ୍ଟମର୍ଟମ ପରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ହାଇଦରର ମୃତଦେହକୁ ଧରି କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ ତା’ର ପରିବାର ବର୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe