କନକ ବ୍ୟୁରୋ : ମମିତା ମେହେର ହତ୍ୟା ଘଟଣାରେ ବିଜେପିର ବିକ୍ଷୋଭ ବେଳେ ପୋଲିସର ପାଣି ମାଡ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପାଣି ମାଡ ହୋଇଛି । ଶତାଧିକ ବିଜେପି କର୍ମୀ ଡିଆଇଜି ଅଫିସ୍ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

Advertisment

ବିଜେପି କର୍ମୀଙ୍କୁ ହଟାଇବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ କରାଯାଇଥିଲା । ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରି ନାୟକ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୦ରୁ ଅଧିକ ନେତାଙ୍କୁ ପୋଲିସ ଅଟକ ରଖିଛି । ଜୟନାରାୟଣ ମିଶ୍ରଙ୍କୁ ଗିରଫ କରି ପୋଲିସ ଗାଡିରେ ବସାଇବା ପରେ ବିଜେପି କର୍ମୀ ପୋଲିସ ଗାଡିକୁ ଘେରିଯିବା ସହ ଗାଡି ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।