କଟକଣା ନ ମାନି ବିବାହ ଭୋଜିର ଆୟୋଜନ : କଟକରେ ୨୦ ହଜାର ଫାଇନ୍ ଗଣିଲେ ବିବାହ ଆୟୋଜକ

137

କନକ ବ୍ୟୁରୋ : କଟକ ପିଠାପୁର ଖୁଂଟିଆ ଲେନରେ ୨ଶହ ଲୋକଙ୍କ ପାଇଁ ଆୟୋଜନ ହୋଇଥିବା ଭୋଜିଭାତରେ ପୋଲିସ ପହଂଚି ଏହାକୁ ବନ୍ଦ କରିଛି । ମହାନଗର ନିଗମ ସ୍କ୍ୱାଡ ପହଂଚି ୨୦ହଜାର ଟଙ୍କା ଫାଇନ ଆଦାୟ କରିବା ସହ ଭୋଜିକୁ ବନ୍ଦ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ଗାଇଡ ଲାଇନରେ ଭୋଜି କରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଥିବା ବେଳେ କଟକର ପିଠାପୁର ଖୁଂଟିଆ ଲେନରେ ୨ଶହ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା । ଯେଉଁଠାରେ ପୋଲିସ ପହଂଚି କଡା ପଦକ୍ଷେପ ନେଇଛି ।