ନିର୍ଦ୍ଦେଶକ ରାମଗୋପାଲ ବର୍ମା ନିଜର ବୋଲ୍ଡ ଫିଲ୍ମ ଗଡ଼,ସେକ୍ସ ଆଣ୍ଡ ଟ୍ରୁଥକୁ ନେଇ ପୁଣିଥରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଥର ତାଙ୍କୁ ଜେଲର ପବନ ମଧ୍ୟ ଖାଇବାକୁ ପଡ଼ିପାରେ । ସେ ଏହି ଫିଲ୍ମର ସୁଟିଂ ହାଇଦ୍ରାବାଦର ଏକ ହୋଟେଲରେ କରିଛନ୍ତି । ତେବେ ଜଣେ ସମାଜସେବୀ ତାଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ସେ ମିୟା ମାଲକୋବା ତାରକାଙ୍କ ଫିଲ୍ମ ଇଉରୋପରେ ନୁହେଁ ବରଂ ହାଇଦ୍ରାବାଦରେ କରିଛନ୍ତି । ଏଥିପାଇଁ କିଛି ଫଟୋ ଥିବା ମଧ୍ୟ ସେ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମର ସୁଟିଂ ପାଇଁ ମିୟା ଭାରତ ଆସିଥିଲେ ।

Advertisment

ନିର୍ଦ୍ଦେଶକଙ୍କ ସହିତ ଫଟୋରେ କେତେକ ଟଲିଉଡ ବନ୍ଧୁ ମଧ୍ୟ ନଜର ଆସିଛନ୍ତି । ସୂଚନାଯୋଗ୍ୟ, ଭାରତରେ ପର୍ଣ୍ଣୋଗ୍ରାଫିକ ଫିଲ୍ମ ସୁଟିଂକୁ ବ୍ୟାନ କରାଯାଇଛି । ଏହା କରିବା ଗମ୍ଭୀର ଅପରାଧ । ଯଦି ରିପୋର୍ଟ ସତ ବୋଲି ଜଣାପଡ଼ିବ ତେବେ ହୋଟେଲ ଷ୍ଟାଫ ମଧ୍ୟ ଜେଲ ଯିବେ ।

ତେବେ ରାମଗୋପାଲ ଟ୍ୱିଟର ମାଧ୍ୟମରେ ଲେଖିଛନ୍ତିଯେ ଲୋକ ତାଙ୍କ ବିରୋଧରେ ଆପତ୍ତିଜନକ ଅଭିଯୋଗ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ପାଗଳ,ସାଇକୋ ଏବଂ ଆତଙ୍କବାଦୀ ବୋଲି କୁହାଯାଉଛି । କିଛି ଲୋକ ତାଙ୍କୁ ଗାଳି କରୁଥିବାର ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତେବେ ତାଙ୍କ ଓକିଲ ଏହା ଉପରେ ତଦାରଖ ଜାରି ରଖିଛନ୍ତି ଏବଂ ସେ ବିଶେଷ କିଛି କହିବାକୁ ଚାହୁଁନଥିବା କଥା ସେ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏକ ମହିଳା ସଙ୍ଗଠନ ତାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ।