କେନ୍ଦ୍ରାପଡାରେ ଏନକାଉଂଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସେଖ୍ ନଦୀମ ଗୁରୁତର

Advertisment
କେନ୍ଦ୍ରାପଡାରେ ଏନକାଉଂଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସେଖ୍ ନଦୀମ ଗୁରୁତର

କନକ ବ୍ୟୁରୋ: ଗତ କିଛିଦିନର ନିରବତା ପରେ ଆଜି ଭୋରୁ ଭୋରୁ କେନ୍ଦ୍ରାପଡ଼ା ପୁଲିସ କରିଛି ଆଉ ଏକ ଏନକାଉଣ୍ଟର। ଏଥର ପୁଲିସ ଗୁଳିର ଶିକାର ହୋଇଛି ପାଟକୁରା ଥାନା ଅନ୍ତର୍ଗତ କ୍ରଷ୍ଣାନନ୍ଦପୁର ଗାଁର ଦୁର୍ଦ୍ଦାନ୍ତ ଅପରାଧୀ ସେଖ୍ ନଦୀମ।

publive-image

ଆଜି ଭୋର ପ୍ରାୟ ୪ଟା ସମୟରେ ପାଟକୁରା ଥାନା ଅର୍ଜୁନପୁର ନିକଟସ୍ଥ କ୍ରିଷ୍ଣାନନ୍ଦପୁର ନଦୀ ପଠାରେ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ସହ ଦୁର୍ଦ୍ଦାନ୍ତ ଅପରାଧୀ ସେଖ୍ ନଦୀମ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ସମୟରେ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେଖ୍ ନଦୀମ ଗୁରୁତର ଭାବେ ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସା ଲାଗି ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe